ନାବାଳିକାଙ୍କୁ ଦୁଷ୍କର୍ମ କଲେ ପାଦ୍ରୀ, ପାଦ୍ରୀଙ୍କ ସ୍ତ୍ରୀ ବନାଇଲେ ଦୁଷ୍କର୍ମର ଭିଡିଓ !

ସୁରଟ: ଗୁଜରାଟର ତାପି ଜିଲ୍ଲା ସୋନଗଡ ତାଲୁକାର ଏକ ଗ୍ରାମରେ ୩୯ ବର୍ଷୀୟ ପାଦ୍ରୀ ୧୬ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାର ଅଭଯୋଗ ହୋଇଛି । ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ, ପାଦ୍ରୀଙ୍କ ସ୍ତ୍ରୀ ହିଁ ତାଙ୍କ ସ୍ଵାମୀ ନାବାଳିକାଙ୍କ ସହ ଦୁଷ୍କର୍ମ କରୁଥିବାର ଫଟୋ ଓ ଭିଡିଓ ସୁଟିଂ କରିଥିଲେ । ବ୍ଲାକମେଲ୍ କରିବା ପାଇଁ ପାଦ୍ରୀଙ୍କ ସ୍ତ୍ରୀ ଦୁଷ୍କର୍ମର ଫଟୋ ଓ ଭିଡିଓ ସୁଟିଂ କରିଥିଲେ ।

ଯଦିଓ ଏହି ଘଟଣାଟି ମଇ ମାସରେ ଘଟିଥିଲା ତଥାପି ସେତେବେଳେ ପୁଲିସରେ ମାମଲା ବିଷୟରେ ଅଭଯୋଗ କରାଯାଇ ନଥିଲା । ତଦନ୍ତ କରୁଥିବା ଅଧିକାରୀଙ୍କ ଅନୁଯାୟୀ, ବୋଧହୁଏ ପାଦ୍ରୀ ଓ ତାଙ୍କ ସ୍ତ୍ରୀ ଅନଲାଇନରେ ଦୁଷ୍କର୍ମର ଫଟୋ ଓ ଭିଡିଓ ଅପଲୋଡ୍ କରିବାର ଧମକ ଦେଉଥିଲେ ତେଣୁ ନାବାଳିକା ଡରିଯାଇ ଏବିଷୟରେ ମାମଲା ରୁଜୁ କରି ନଥିଲେ ।

ନାବାଳିକାଙ୍କ ସହ ଦୁଷ୍କର୍ମ ଓ ମୋବାଇଲରେ ଫଟୋ ଓ ଭିଡିଓ ସୁଟିଂ କରିବା ଅଭିଯୋଗରେ ପାଦ୍ରୀ ବାଲିରାମ କୋକନି ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି ପୁଲିସ । ମିଡିଆ ରିପୋର୍ଟ ଅନୁସାରେ, ବୁଧବାର ଦିନ ସୋନଗଡର ସ୍ଥାନୀୟ କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା । ଅଭିଯୁକ୍ତ ଦମ୍ପତିଙ୍କୁ ୪ ଦିନ ପାଇଁ ପୁଲିସ ରିମାଣ୍ଡରେ ନେଇଛି ।
ମଙ୍ଗଳବାର ଦିନ ସୋନଗଡ ପୁଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ମାମଲା ରୁଜୁ ହେବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ନିଜ ଅଭିଯୋଗରେ ନାବାଳିକା ଜଣକ କହିଛନ୍ତି, ପୀଡିତା ନାବାଳିକା କହିଛନ୍ତି ଫଟୋ ଓ ଭିଡିଓକୁ ବ୍ୟବହାର କରି ତାଙ୍କୁ ବ୍ଲାକମେଲ୍ କରାଯାଉଥିଲା ।

ଘଟଣା ବିଷୟରେ ପୁଲିସ୍ କହିଛି, ନାବାଳିକା ଯେତେବେଳେ ଚର୍ଚ୍ଚକୁ ପ୍ରାର୍ଥନା କରିବାକୁ ଆସିଥିଲେ ସେତେବେଳେ ଅଭିଯୁକ୍ତ ପାଦ୍ରୀଙ୍କ ସହ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା । ପୀଡିତା ଜଣେ କୃଷି ଶ୍ରମିକଙ୍କ ଝିଅ ଓ ସେ ସବୁଦିନ ତାଙ୍କ ପିତାମାତାଙ୍କ ସହ କାମ କରିବାକୁ ଯାଇଥାନ୍ତି । ପାଦ୍ରୀ ନାବାଳିକାଙ୍କୁ ଦିନେ ଏକାନ୍ତରରେ ଭେଟ କରିବା ପାଇଁ କହିଥିଲେ, ନାବାଳିକା ତାଙ୍କ ସହ ଏକାନ୍ତରରେ ଭେଟ କରିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତାପିର ଡେପୁଟି ସୁପରିଡେଣ୍ଡେଣ୍ଟ୍ ଅଫ୍ ପୁଲିସ୍ ଆର୍.ଏଲ୍. ମେଭାନିଙ୍କ ଦ୍ଵାରା ମାମଲାଟିର ତଦନ୍ତ କରାଯାଉଛି । ତେବେ ଅଭିଯୁକ୍ତମାନେ ବ୍ଲାକମେଲ ପାଇଁ ବ୍ୟବହାର କରିଥିବା ଫଟୋ ଓ ଭିଡିଓ ବିଷୟରେ ପୁଲିସ ଅଜ୍ଞାତ ଅଛି ।

ସମ୍ବନ୍ଧିତ ଖବର