ଗାଡ଼ି ଧକ୍କାରୁ ମାରପିଟ୍‌ ମାମଲା, ଦୁଇ ଗିରଫ

ଭୁବନେଶ୍ୱର, ଗାଡ଼ି ଧକ୍କାରୁ ମାରପିଟ୍‌ ମାମଲାରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତ କାର୍‌ ଚାଳକ ଓ ତାଙ୍କ ବନ୍ଧୁଙ୍କୁ ଆଜି ଗିରଫ କରିଛି। ସେମାନେ ହେଲେ ବାପୁଜୀ ନଗରର ବିପିନ ସାହାଣୀ ଓ ଶତ୍ରୁଘନ ଶାହ। ୧୫ ଦିନ ତ‌ଳେ ରାଜମହଲ ଓଭରବ୍ରିଜ୍‌ ତଳେ ଏହି ଘଟଣା ଘଟିଥିଲା। ଗତ ୧୨ ତାରିଖ ଦିନ ବିପିନ ଓ ଶତ୍ରୁଘନ କାର୍‌ ଯୋଗେ ବାପୁଜୀ ନଗରରୁ ଶିଶୁଭବନ-ରାଜମହଲ ମୁଖ୍ୟ ରାସ୍ତାକୁ ବାହାରୁଥିଲେ। ରାଜମହଲ ଓଭରବ୍ରିଜ୍‌ ପଟୁ ବାଇକ୍‌ରେ କଟକ ଫୁଲନଖରା ଅଦାଳର ମନୋରଂଜନ ଆଚାର୍ଯ୍ୟ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର୍‌ରେ ପିଟି ହୋଇ ଯାଇଥିଲେ। ‘କାର୍‌ରେ କାହିଁକି ପିଟି ହେଲୁ’ ବୋଲି କହି ଉଭ‌ୟେ ମନୋରଂଜନଙ୍କୁ ପିଟିଥିଲେ। ଏ ନେଇ ମନୋରଂଜନ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ଆଜି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର