୨ ଲୁଟେରା ଗିରଫ

ଖଣ୍ତଗିରି: ଦମ୍ପତିଙ୍କୁ ନିଛାଟିଆ ରାସ୍ତାରେ ଲୁଟ୍ କରିଥିବା ଅଭିଯୋଗରେ ଆଜି ଖଣ୍ତଗିରି ଥାନା ପୁଲିସ ୨ କୁଖ୍ୟାତ୍ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ବରମୁଣ୍ତା ଆପିକଲ ରାସ୍ତା ଡାଇରି ଫାର୍ମବସ୍ତିରେ ରହୁଥିବା ଗଞ୍ଜାମ ବୁଗୁଡ଼ା ଥାନା ପୋଚାଲୁଣ୍ତିର ସନ୍ତୋଷ ସେଠୀ(୨୧) ଓ ଜଟଣୀ ଥାନା ନୂଆଗାଁର ସୁନିଲ ଦାସ ଓରଫ୍ ବାପି(୧୯)। ଗୁରୁବାର ରାତିରେ ଉଭୟ ପଳାସପଲ୍ଲୀରେ ରହୁଥିବା କାହ୍ନୁ ରାଉତ ଓ ତାଙ୍କ ସ୍ତ୍ରୀ ନନ୍ଦିତାଙ୍କୁ ଅଟକାଇ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ଖଣ୍ତଗିରି ଥାନା ପୁଲିସ ଆଜି ଭୋର୍ ସମୟରେ ସେମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର