ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ଛାତ୍ର ଭିଡିଓ କଲ କରି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର କମ୍ପାନି ସେକ୍ରେଟେରି (ସିଏସ୍) ପାଠ ପଢ଼ୁଥିବା ଜଣେ ଛାତ୍ର ନିଜର ସାଙ୍ଗ ସହିତ ହ୍ଵାଟସ୍ ଆପ୍ରେ ଭିଡିଓ କଲ କରୁଥିଲା, ଏହି ସମୟରେ କୌଣସି କାରଣରୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସେ ଆତ୍ମହତ୍ୟା କରି ଦେଇଥିଲା। ଏହି ମାମଲା ଦିଲ୍ଲୀର ନ୍ୟୁ ଉସମାନପୁର ଅଞ୍ଚଳରେ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଶିବାନୀ ଶର୍ମା ନାମକ ଜଣେ ୨୧ବର୍ଷୀୟ ଛାତ୍ର ନିଜର ଜଣେ ସାଙ୍ଗ ସହିତ ହ୍ଵାଟସ୍ ଆପ୍ରେ ଭିଡିଓ କଲ କରି କଥା ହେଉଥିଲେ, ଏହି ସମୟରେ କୌଣସି ଏକ କାରଣରୁ ନେଇ ଦୁହିଁଙ୍କ ମଧ୍ୟ ଝଗଡ଼ା ହୋଇଥିଲା। ଫଳରେ ଶିବାନୀ ନ୍ୟୁ ଉସମାନପୁରରେ ରହୁଥିବା ଘରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରି ଦେଇଥିଲା। ଯେତେବେଳେ ଶିବାନୀ ଆତ୍ମହତ୍ୟା କରିବାକୁ ଯାଉଥିଲା, ସାଙ୍ଗ ଫୋନ୍ କରି ତାର ବାପାଙ୍କୁ ଜଣାଇଥିଲା। ଖବର ପାଇ ବାପା ପୁଅ ରୁମକୁ ଯିବା ଭିତରେ ଶିବାନୀଙ୍କ ପ୍ରାଣବାୟୁ ଉଡି ସାରିଥିଲା। ତାଙ୍କ ସାଙ୍ଗ ଆତ୍ମହତ୍ୟା କରିବା ପାଇଁ ଶିବାନୀଙ୍କୁ ଉସୁକାଇଥିବା ନେଇ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଶିବାନୀଙ୍କ ମୋବାଇଲ ଫୋନ୍ ଜବତ କରି ନିଆଯାଇଛି ଓ ଘଟଣାର ଭିଡିଓ ଫୁଟେଜ ବି ବାହାର କରାଯାଇ ଫରେନ୍ସିକ୍ ଏକ୍ସପର୍ଟଙ୍କ ପାଖକୁ ପଠା ଯାଇଛି, ଏପରି କରିବା ଦ୍ୱାରା ସମ୍ପୂର୍ଣ୍ଣ ମାମଲାଟି କ’ଣ ତାହା ସ୍ପଷ୍ଟ ହୋଇପାରିବ।।