ସରକାରୀ ସ୍କୁଲରେ ଶିକ୍ଷକ ମାସମାସ ଧରି ୨୪ ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ

ଚଣ୍ଡିଗଡ଼: ହରିୟାଣାର ହିସାର ଜିଲ୍ଲାର ଗୋଟିଏ ଗ୍ରାମରେ ସରକାରୀ ସ୍କୁଲରେ ପାଠପଢ଼ୁଥିବା ୨୪ଜଣ ଛାତ୍ରୀ ତିନିଜଣ ଶିକ୍ଷକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ ପୁଲିସ ଗତ ମଙ୍ଗଳବାର ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଅଭିଯୁକ୍ତ ଲ୍ୟାବ୍‌ ଆସିଷ୍ଟାଣ୍ଟ, ଫିଜିକାଲ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟର(ପିଟିଆଇ)ଙ୍କୁ ପକ୍ସୋ ଆକ୍ଟ ଆଧାରରେ ଗିରଫ କରି ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛି। ଏହି ଘଟଣାରେ ଅନ୍ୟ ଜଣେ କମ୍ପ୍ୟୁଟର ଶିକ୍ଷକ ସମ୍ପୃକ୍ତ ଥିବା ଜଣାପଡ଼ିଛି।

News24

ପିଲାମାନଙ୍କୁ ସ୍କୁଲରେ ହେଉଥିବା ଯୌନ ନିର୍ଯାତନା ଅଭିଯୋଗ ଶିଶୁ ସଂରକ୍ଷଣ ଅଧିକାରୀ ସୁନୀତା ଯାଦବ କରିଥିଲେ। ସୁନୀତା ଯାଦବଙ୍କ କହିବାନୁସାରେ, ସ୍କୁଲରେ ଏହି ତିନିଜଣ ଶିକ୍ଷକ ୨୦୧୯ରୁ ଅଷ୍ଟମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ଶୋଷଣ କରି ଆସୁଥିଲେ।

ତିନିଜଣ ଶିକ୍ଷକ ଛାତ୍ରୀମାନଙ୍କୁ ସ୍କୁଲ ଶୀଘ୍ର ଡାକି ବିଳମ୍ବରେ ଛାଡୁଥିଲେ। ଯୌନ ଶୋଷଣର ଶିକାର ହୋଇଥିବା ଛାତ୍ରୀଙ୍କ ଅଭିଭାବକ ସ୍କୁଲ ପ୍ରିନ୍ସିପାଲ ଓ ଗ୍ରାମର ମୁଖିଆଙ୍କୁ ଏହାର ଅଭିଯୋଗ କରିଥିଲେ। କିନ୍ତୁ ଏମାନେ ଏନେଇ କୌଣସି ବି ପଦକ୍ଷେପ ନେଇ ନଥିଲେ। ସେଥିପାଇଁ ଏମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶିଶୁ ସଂରକ୍ଷଣ ଅଧିକାରୀ ସୁନୀତା ଯାଦବ ପୁଲିସରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର