ବଳପୂର୍ବକ ଧର୍ମାନ୍ତକରଣ ପରେ ଯୌନ ଦାସୀ ସଜେଇବାକୁ ବାଧ୍ୟ କରୁଥିଲେ ସ୍ୱାମୀ: କେରଳ ହାଇକୋର୍ଟରେ ଅଭିଯୋଗ କଲେ ମହିଳା!

ଥିରୁଅନନ୍ତପୁରମ୍‌: ବଳପୂର୍ବକ ଭାବେ ଧର୍ମାନ୍ତକରଣ ପରେ ବିବାହ ଏବଂ ଶେଷରେ ଯୌନ ଦାସୀ ଭାବେ ବ୍ୟବହାର କରିବା ପାଇଁ ଉଦ୍ୟମ। ଏପରି ଏକ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ପୀଡ଼ିତା ଯୁବତୀ ନ୍ୟାୟ ପାଇଁ କେରଳ ହାଇକୋର୍ଟରେ ଆବେଦନ କରିଛନ୍ତି। ସେ କୋର୍ଟରେ ନିଜର ମିଛ ଏବଂ ବଳପୂର୍ବକ ଭାବେ କରାଯାଇଥିବା ବିବାହକୁ ରଦ୍ଦ କରିବା ପାଇଁ ଆବେଦନ କରିଛନ୍ତି। ଏହା ସହିତ ଏପରି ରାଷ୍ଟ୍ର ବିରୋଧୀ କାର୍ଯ୍ୟର ତଦନ୍ତ କରିବା ପାଇଁ ନ୍ୟାସନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି(ଏନ୍‌ଆଇଏ)କୁ ଅନୁରୋଧ କରିଛନ୍ତି।

ମହିଳା ଜଣଙ୍କ ତାଙ୍କ ଆବେଦନ ଜରିଆରେ ଜଣାଇଛନ୍ତି ଯେ, ସେ ମହମ୍ମଦ ରିଆଜଙ୍କୁ ବାଙ୍ଗାଲୋରରେ ଭେଟିଥିଲେ। ସେମାନେ ପରସ୍ପର ସହ ସଂପର୍କରେ ଛନ୍ଦି ହୋଇଗଲେ। ସଂପର୍କ ଘନିଷ୍ଠ ହେବାର ସୁଯୋଗ ନେଇ ରିଆଜ୍‌ ସେ ଦୁହିଁଙ୍କର ଏକ ବ୍ୟକ୍ତିଗତ ଭିଡିଓ କରି ମହିଳାଙ୍କୁ ବ୍ଲାକମେଲ୍‌ କରିଥିଲେ। ମହିଳା ଧର୍ମାନ୍ତକରଣ କରିବା ପରେ ତାଙ୍କୁ ବିବାହ କରିବା ପାଇଁ ଯୁବକ ଜଣଙ୍କ ଚାପ ପକାଇଥିଲେ। ମହିଳା ଜଣକ ବାଧ୍ୟ ହୋଇ ଧର୍ମାନ୍ତକରଣ କରିବା ପରେ ବିବାହ ହୋଇଥିଲା। ଏହାପରେ ରିଆଜ ତାଙ୍କୁ ସାଉଦି ଆରବ ନେଇ ଯାଇଥିଲେ। ମହିଳା ଜଣକ ପୂରାପୂରି ଭାବେ ଯୁବକଙ୍କ ଚକ୍ରାନ୍ତରେ ଫସି ଯାଇଥିଲେ। ସେ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ ବି ସୁଯୋଗ ପାଇ ନ ଥିଲେ। ଯାହା ହେଉ ଶେଷରେ କୌଣସି ମତେ ମୁକୁଳିପାରିଥିଲେ ମହିଳା।

ଉଲ୍ଳେଖଯୋଗ୍ୟ, ଯୁବତୀଙ୍କ ଜନ୍ମସ୍ଥାନ କେରଳରେ। ମାତ୍ର ସେ ପିଲାଦିନକୁ ଗୁଜୁରାଟରେ ବଢ଼ିଛନ୍ତି। ଏ ସଂପର୍କରେ ଏନ୍‌ଆଇଏ ପକ୍ଷରୁ ଜାଣିବାକୁ ମିଳିଛି ଯେ କେରଳରେ ଏହିପରି ପ୍ରାୟ ୯୦ଟି ଧର୍ମାନ୍ତରକରଣ ମାମଲା ରହିଛି।

ସମ୍ବନ୍ଧିତ ଖବର