ମୋରମ୍‌ ଖଣିରେ ଚଢ଼ଉ: ଖସିଗଲେ ମାଫିଆ, ୪ ଡ୍ରାଇଭର ଗିରଫ

ଖଣ୍ଡଗିରି: ଅଙ୍ଗାରପଡ଼ା ପଞ୍ଚାୟତ ଅଞ୍ଚଳରେ ଚାଲିଥିବା ଚୋରା ମୋରମ୍ ଖଣିରେ ଚଢ଼ଉ କରି ସୋମବାର ଚନ୍ଦକା ଥାନା ପୁଲିସ ୪ ଜଣ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ୪ଟି ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଧା ବୋଲଗଡ଼ ଅଞ୍ଚଳର ପ୍ରଦୀପ ପରିଡ଼ା, ପୁରୀ କଣାସ ଅଞ୍ଚଳର ଜଗନ୍ ଦାସ, ଖୋର୍ଧା କୁମାରବସ୍ତ ଅଞ୍ଚଳର ଅର୍ଜୁନ ସାମନ୍ତରାୟ ଓ ଖୋର୍ଧା ଜଙ୍କିଆ ମଳିପଡ଼ାର ପ୍ରକାଶ ବେହେରା। ଜବତ ଗାଡ଼ି ମଧ୍ୟରେ ଦୁଇଟି ହାଇୱା ଓ ୨ଟି ଜେସିବି ରହିଛି। ମାତ୍ର ଚଢ଼ଉ ପୂର୍ବରୁ ମାଫିଆମାନେ ଖସି ଯାଇଛନ୍ତି।

ସମ୍ବନ୍ଧିତ ଖବର