ପରିବାରର ୫ ଜଣଙ୍କୁ ହତ୍ୟା କଲା ଯୁବକ

ରାଞ୍ଚି : ଝାଡ଼ଖଣ୍ଡରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଅତ୍ୟନ୍ତ ଅମାନବୀୟ କାଣ୍ଡ ଘଟାଇଛି । ନିଜ ପରିବାରର ୫ ଜଣ ସଦସ୍ୟଙ୍କୁ ସେ ହତ୍ୟା କରିଛି। ଖରସୁଆଁ ଜିଲ୍ଲା ସ୍ଥିତ ପୁଡ଼ୁସିଲି ଗ୍ରାମର ଚୁନୁ ‌ସୋରେନ୍‌ ନାମକ ଏହି ମାନସିକ ବିକାରଗ୍ରସ୍ତ ନିଜ ଭାଇ ରବି ସୋରେନ୍‌ (୪୫), ଭାଉଜ କଳ୍ପନା (୩୯), ଭିଣୋଇ ଜିତନ ସୋରେନ୍‌ ଏବଂ ଘରର ଦୁଇ ଜଣ ଛୋଟ ପିଲାଙ୍କୁ କୁରାଢ଼ିରେ ହତ୍ୟା କରିଛି। ମା’ ଏବଂ ସାନ ଭାଇକୁ ହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଖସି ଯାଇଛନ୍ତି। ପୁଲିସ ଅଭିଯୁକ୍ତ ଚୁନୁକୁ ଗିରଫ କରିଛି।

ସମ୍ବନ୍ଧିତ ଖବର