୭୦ବର୍ଷ ବୃଦ୍ଧାଙ୍କ ଘରେ ପଶି ଯୁବକ ଦୁଷ୍କର୍ମ କରିବା ପରେ କଲା ହତ୍ୟା

ଚେନ୍ନାଇ: ବିଲ୍ଲପୁରମ ଜିଲ୍ଲାର ଥିରୁେଓ୍ଵନେନଲୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୭୦ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଉକ୍ତ ଦୁଷ୍କର୍ମକାରୀକୁ ଗିରଫ କରି ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛି।

ସୂଚନାଯୋଗ୍ୟ, ସେପ୍ଟୁଆଜେନାରିୟନର ଅଲଙ୍କକୁପମରେ ପୀଡିତ ଏକାକି ବସବାସ କରୁଥିଲେ। ପୀଡିତା ବସବାସ କରୁଥିବା ଘର ପାଖରେ ତାଙ୍କ ଝିଅ, ଜ୍ୱାଇଁ ଓ ଦୁଇ ନାତି ବି ରହନ୍ତି। ପୀଡତାଙ୍କ ଦିଅର ରାତିରେ ତାଙ୍କ ଘର ମୁଖ୍ୟ ଦ୍ୱାର ଖୋଲା ଥିବା ଦେଖି ଭିତରକୁ ପଶି ଯାଇଥିଲେ। ସେଠାରେ ବୃଦ୍ଧାଙ୍କ ରକ୍ତାକ୍ତ ଅବସ୍ଥାରେ ନଗ୍ନ ଶରୀର ପଡ଼ିଥିବା ଦେଖି ତୁରନ୍ତ ଥିରୁେଓ୍ଵନେନଲୁର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସନ୍ଦେହଜନକ ଭାବେ ପୁଲିସ ଅରାସୁରରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ସେ ହିଁ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବାପରେ ହତ୍ୟା କରିଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ ଗିରଫ ହୋଇଥିବା ବ୍ୟକ୍ତି ଜଣକ ଅରାସୁରରୁ ବିଭିନ୍ନ ସ୍ଥାନରୁ ବାଇକ୍‌ ବି ଚାରି କରିଥିବା ଜଣାପଡ଼ିି।

ସମ୍ବନ୍ଧିତ ଖବର