ଶିକ୍ଷୟିତ୍ରୀଙ୍କୁ ଅଶ୍ଲୀଳ ଭାଷାରେ ପ୍ରେମପତ୍ର ଲେଖି ସ୍କୁଲରୁ ବାହାରିଲେ ନବମ ଶ୍ରେଣୀ ଛାତ୍ର, ବୁଝାଇବା ସତ୍ତ୍ୱେ ଏଭଳି କାମ କଲେ ଛାତ୍ରଙ୍କ ବାପା

ଚଣ୍ଡିଗଡ଼ : ପଞ୍ଜାବର ହୋସିଆରପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଜଣଙ୍କ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ପ୍ରେମପତ୍ର ଲେଖି ସ୍କୁଲରୁ ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ଛାତ୍ର  ସ୍କୁଲରୁ ବାହାରିବା ପରେ ତାଙ୍କ ବାପା କରିଥିବା କାମକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସୂଚନା ମୁତାବକ, ସ୍କୁଲରେ ପାଠ ପଢ଼ିବା ପରେ ଛାତ୍ରଙ୍କ ମନ ଶିକ୍ଷୟିତ୍ରୀଙ୍କ ଉପରେ ଆସିଥିଲା । ନିଜ ମନ କଥା ଜଣାଇବା ପାଇଁ ସେ ସାଙ୍ଗର ଉପଦେଶ ଦେଇ ଶିକ୍ଷୟିତ୍ରୀଙ୍କୁ ପ୍ରେମ ପତ୍ର ଲେଖିଥିଲେ । ଦେବାକୁ ଡ଼ର ଲାଗିବାରୁ ଟେବୁଲ ଉପରେ ଚିଠି ରଖି ଚାଲି ଯାଇଥିଲେ ଛାତ୍ର । ଶିକ୍ଷୟିତ୍ରୀଜଣଙ୍କ ଚିଠି ପାଇବା ପରେ ସେଥିରେ ଲେଖାଥିବା କଥା ଦେଖି ରାଗିବା ସହ ଲେଖିବା ଶୈଳୀରୁ ସେ ଚିଠିି ଦେଇଥିବା ଛାତ୍ରକୁ ଜାଣି ପାରିଥିଲେ । ପରେ ଏ ନେଇ ପ୍ରଧାନ ଶିକ୍ଷକଙ୍କ କାନକୁ କଥା ଯିବା ପରେ ସେ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରିବାକୁ ଯାଇ ଛାତ୍ରର ମାତା-ପିତାଙ୍କୁ ଡ଼କାଇ ପଚରାଉଚରା କରିଥିଲା । ସବୁ ଜାଣିବା ପରେ ଛାତ୍ରର ବାପା ଶିକ୍ଷୟିତ୍ରୀଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ।

oneindia.com

କ୍ଷମା ମାଗିବା ପରେ ପ୍ରଧାନ ଶିକ୍ଷକ ଚିଠିରେ ଲେଖାଥିବା କଥା ପାଇଁ ଛାତ୍ରକୁ ସ୍କୁଲରୁ ବାହାର କରି ଦେଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ଛାତ୍ରର ବାପା ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରଧାନ ଶିକ୍ଷକ ଏବଂ ପୀଡ଼ିତା ଶିକ୍ଷୟତ୍ରୀଙ୍କୁ ବଦଳି କରିବା ପାଇଁ ଅନୁରୋଧ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଜଣେ ଶିକ୍ଷୟତ୍ରୀ ମୋ ପୁଅକୁ ବିନା କାରଣରେ ସ୍କୁଲରୁ ବାହାର କରିଛନ୍ତି । ଦୁଇ ଜଣ ଭଲ ଭାବରେ ନ ପଢ଼ାଇବା ସହ ମୋ ପୁଅକୁ ଘୃଣା କରୁଥିବାରୁ ଏପରି କରିଛନ୍ତି ବୋଲି ଲେଖି ଛାତ୍ରର ବାପା ଶିକ୍ଷାମନ୍ତ୍ରୀଙ୍କୁ ଚିଠି ପଠାଇଛନ୍ତି । ପୁଅକୁ ବୁଝାଇବା ପରିବର୍ତ୍ତେ ଏପରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର