ଆମିର୍‌ ଖାନ୍‌ଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଥିବା ଏହି ଫିଲ୍ମ ପାଇଁ ପ୍ରଥମେ ଅଡିସନ୍‌ ଦେଇଥିଲେ ବରୁଣ,କିନ୍ତୁ…..

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ନିଜ ବାପା ଡେଭିଡ୍‌ ଧଓ୍ଵନଙ୍କ ସହ ଗୋଆରେ ଚାଲୁଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ ବେଳର କିଛି କଥା ସମସ୍ତଙ୍କୁ ଜଣାଇଥିଲେ ।

Hindustan Times

ତାଙ୍କ କହିବା ଅନୁଯାୟୀ, ଜଣେ ନିର୍ଦ୍ଦେଶକଙ୍କ ପୁଅ ହୋଇ ମଧ୍ୟ ମୁଁ କେବେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁ ନଥିଲି । ସେଥି ପାଇଁ ୨୦୧୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଧୋବି ଘାଟ୍‌’ ପାଇଁ ମୁଁ ଅଡ଼ିସନ ଦେଇଥିଲି । କିନ୍ତୁ ଅଡ଼ିସନରେ ମୋତେ ବଛା ଯାଇ ନଥିଲା । ଘରକୁ ମନ ଦୁଃଖରେ ଫେରିବା ପରେ ବାପା ମୋତେ ରାଗିଥିଲେ । ତୁ ‘ଧୋବି ଘାଟ୍‌’ ଭଳି ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିବା ପାଇଁ କେମିତି ଭାବୁଥିଲୁ ବୋଲି କହିିଥିଲେ । କିନ୍ତୁ ଗୋଟେ ବର୍ଷ ପରେ ୨୦୧୨ରେ ମୋତେ ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର’ରେ ସୁଯୋଗ ମିଳିଥିଲା ବୋଲି କହିଥିଲେ ବରୁଣ । ଏହା ସହ ସବୁ ଫିଲ୍ମରେ ଗୋଟେ ଜୋକର ରହିଥାନ୍ତି । ଛୋଟବେଳୁ ମୁଁ ଫିଲ୍ମର ଜୋକର ହେବାର ସ୍ୱପ୍ନ ଦେଖି ଆସୁଥିଲି ବୋଲି ବରୁଣ ସମସ୍ତଙ୍କୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର