ଯୁବାବସ୍ଥାରେ କରି ନ ଥିବା କାମକୁ ଏବେ କରୁଛନ୍ତି କାଜୋଲ,ଏହି ଅଭ୍ୟାସକୁ ନେଇ ଚିନ୍ତାରେ ଅଜୟ ଦେବଗନ୍‌

ମୁମ୍ବାଇ : କରଣ ଜୋହରଙ୍କ ଚାଟ୍‌ ସୋ’ କଫି ଉଇଥ୍‌ କରଣର ସିଜିନ୍‌-୬ରେ ଅତିଥି ଭାବେ ପହଞ୍ଚିଥିଲେ ବଲିଉଡ଼୍‍ର ପାଓ୍ଵାର କପୁଲ ଅଭିନେତା ଅଜୟ ଦେବଗନ୍‌ ଏବଂ କାଜୋଲ । ଏହି ଅଧ୍ୟାୟର ଦୁଇଟି ଭିଡ଼ିଓ ଏବେ ଷ୍ଟାର ଓ୍ଵାର୍ଲଡ଼୍‍ର ଟୁଇଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ବେଳେ ଭିଡ଼ିଓରେ ଦୁହିଁଙ୍କର ନୋକ୍‌ଝୋକ୍‌ ଦେଖିବାକୁ ମିଳିଛି । ଦୁହେଁ ଦୁହିଁଙ୍କର ରାଜ୍‌ ଖୋଲୁଥିବା ଦେଖିବାକୁ ମିଳିଥିବା ବେଳେ ଅଜୟ କାଜୋଲଙ୍କ ଅଜବ ଅଭ୍ୟାସ ପାଇଁ ଚିନ୍ତିତ ଥିବା କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ, କାଜୋଲଙ୍କୁ ଫଟୋ ଉଠାଇବାକୁ ଭଲ ଲାଗେ । ଯେଉଁଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଗୋଟେ ଫଟୋ ନେବା ପରେ ତାଙ୍କୁ ପୋଷ୍ଟ କରିବା ପାଇଁ ସେ ୩ ଘଣ୍ଟା ଲଗାଉଛନ୍ତି । ଫଟୋ ଠିକ୍‌ କରିବାରେ ତାଙ୍କୁ ୩ ଘଣ୍ଟା ଲାଗି ଯାଉଛି । ପୂର୍ବରୁ କାଜୋଲ ଏ ସବୁ କରୁ ନଥିଲେ । କିନ୍ତୁ ଏବେ ବୃଦ୍ଧାବସ୍ଥାରେ ଏ ସବୁ କରିବା…….ଏତିକି କହିବା ପରେ କାଜୋଲ ଅଜୟଙ୍କୁ ରୋକି ମୁଁ ବୁଢ଼ୀ ହୋଇ ନାହିଁ ବୋଲି କହୁଥିବା ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର