କନ୍‌ଫେସନ୍‌ ପାଇଁ ଆସିଥିବା ବିୟୁଟି କୁଇନ୍‌ଙ୍କୁ ହତ୍ୟା କରିବାର ୬୦ ବର୍ଷ ପରେ ପାଦ୍ରୀଙ୍କୁ କାରାଦଣ୍ଡ

ସାନ୍‌ ଆଣ୍ଟୋନିଓ: କନ୍‌ଫେସନ୍‌ ପାଇଁ ଆସିଥିବା ଜଣେ ପୂର୍ବତନ ବିୟୁଟି କୁଇନ୍‌ଙ୍କୁ ହତ୍ୟା କରିଥିବା ଜଣେ ଅବସରପ୍ରାପ୍ତ କ୍ୟାଥୋଲିକ୍‌ ପାଦ୍ରୀଙ୍କୁ ଶୁକ୍ରବାର ଦିନ ଟେକ୍‌ସାସ୍‌ର ଏକ ଜୁରି ଯାବଜ୍ଜୀବନ କରାଦଣ୍ଡ ଦେଇଛନ୍ତି। ୬୦ ବର୍ଷ ଧରି ଏହି ମାମଲା ସମ୍ପୃକ୍ତ ସମ୍ପ୍ରଦାୟକୁ ବ୍ୟଥିତ କରୁଥିଲା।

ଟେକ୍ସାସ୍‌ ଅନ୍ତର୍ଗତ ମ୍ୟାକ୍‌ଆଲେନ୍‌ରେ ଜନ୍‌ ଫିଟ୍‌ ପରିଦର୍ଶକ ପାଦ୍ରୀ ଥିବାବେଳେ ୧୯୬୦ ମସିହାର ଏକ ପବିତ୍ର ସପ୍ତାହରେ ଜଣେ ସେକେଣ୍ଡ୍‌ ଗ୍ରେଡ୍‌ ଶିକ୍ଷୟିତ୍ରୀ କନ୍‌ଫେସନ୍‌ ପାଇଁ ଆସିଥିଲେ। ତାଙ୍କ ନାଅାଁ ଥିଲା ଇରିନା ଗାର୍ଜା। ସେତେବେଳେ ତାଙ୍କୁ ହୋଇଥିଲା ୨୫ ବର୍ଷ। ତାଙ୍କୁ ଫିଟ୍‌ ଜାଣିଶୁଣି ହତ୍ୟା କରିଥିଲେ ବୋଲି ଜୁରି ତାଙ୍କୁ ଗୁରୁବାର ଦିନ ଦୋଷୀ ସାବ୍ୟସ୍ତ କରିଥିଲେ।

ହତ୍ୟାକାଣ୍ଡ ସମୟରେ ଫିଟ୍‌ଙ୍କୁ ହୋଇଥିଲା ୨୭ ବର୍ଷ। ଏବେ ତାଙ୍କୁ ହେଲାଣି ୮୫ ବର୍ଷ। ଗାର୍ଜାଙ୍କ ହତ୍ୟାକାଣ୍ଡ ରିଓ ଗ୍ରେନେଡ୍‌ରେ ଥିବା ତାଙ୍କ ସମ୍ପ୍ରଦାୟଙ୍କ ମନରେ ଛାଇ ହୋଇ ରହିଛି।

ଆରିଜୋନାରେ ଥିବା ଏକ ଅବସର ଗୃହରେ ବାସ କରୁଥିବା ଫିଟ୍‌ଙ୍କୁ ଗତ ବର୍ଷ ବିଚାର ପାଇଁ ଟେକ୍ସାସ୍‌କୁ ଅଣାଯାଇଥିଲା। ପାଞ୍ଚ ଦିନିଆ ବିଚାର ସମୟରେ ଓକିଲମାନେ ପାଖାପାଖି ଦୁଇ ଡଜନ ସାକ୍ଷୀଙ୍କୁ ଡକାଇ ଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମିସୌରି ମୋନାଷ୍ଟେରିର ଜଣେ ଟ୍ରାପିଷ୍ଟ୍‍ ମୋଙ୍କ୍‌। ଗାର୍ଜାଙ୍କୁ ହତ୍ୟା କରିଥିବା କଥା ଫିଟ୍‌ ତାଙ୍କ ନିକଟରେ ସ୍ୱୀକାର କରିଥିଲେ ବୋଲି ମୋଙ୍କ୍‌ କହିଥିଲେ।

ଫିଟ୍‌ଙ୍କୁ ସନ୍ଦିଗ୍ଧ ତାଲିକାଭୁକ୍ତ ନ କରାଇବା ପାଇଁ ପ୍ରାଥମିକ ତଦନ୍ତବେଳେ କ୍ୟାଥୋଲିକ୍‌ ଚର୍ଚର ଅଧିକାରୀମାନେ ସ୍ଥାନୀୟ ଅଧିକାରୀଙ୍କ ଉପରେ ଚାପ ପକାଇଥିଲେ ବୋଲି ଓକିଲମାନେ ପ୍ରମାଣ ଉପସ୍ଥାପନ କରିଥିଲେ। ସେତେବେଳେ ଜନ୍‌ କେନେଡିଙ୍କ ରାଷ୍ଟ୍ରପତିତ୍ୱ ଦୌଡ଼କୁ ଏହି ଘଟଣା ପ୍ରଭାବିତ କରିପାରେ ବୋଲି ଆଶଙ୍କା ଉପୁଜି ଥିଲା। ଏ ସମ୍ପର୍କରେ ଟେକ୍ସାସ୍‌ର ଜଣେ ପାଦ୍ରୀ ଅନ୍ୟ ଏକ ଗୀର୍ଜାର ଜଣେ ଅଧିକାରୀଙ୍କୁ ଲେଖିଥିବା ପତ୍ରରୁ ଜଣାପଡ଼େ।

ସମ୍ବନ୍ଧିତ ଖବର