ଦୁଷ୍କର୍ମ ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଥିଲେ ୩ ଶିକ୍ଷକ, ୩ ବର୍ଷ ପରେ ସାମ୍ନାକୁ ଆସିଲା ଅସଲ ସତ

ମୁମ୍ବାଇ: ମହାରାଷ୍ଟ୍ରର ମୀରା ରୋଡ୍‌ରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଦୋଷ ନ କରି ୩ ଜଣ ଶିକ୍ଷକ ଏବଂ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ୩ ବର୍ଷ ଜେଲ ଦଣ୍ଡ ମିଳିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୧୫ରେ ଜଣେ ୯ବର୍ଷୀୟା ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗ ରେ ୩ ଜଣ ଶିକ୍ଷକ ଏବଂ ତାଙ୍କୁ ଏହି କାମରେ ସାହାଯ୍ୟ କରୁଥିବାରୁ ମହିଳା ଆଟେଣ୍ଡାଣ୍ଟଙ୍କୁ ଜେଲ ଦଣ୍ଡ ମିଳିଥିଲା । ଏବେ ୩ବର୍ଷ ଜେଲ ଦଣ୍ଡ ଭୋଗି ସାରିବା ପରେ ୪ଜଣଙ୍କ ଉପରେ ଲାଗିଥିବା ଅଭିଯୋଗ ମିଛ ବୋଲି ପ୍ରମାଣ ହୋଇଛି । ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ପ୍ରମାଣ କରିବା ପାଇଁ ଡ଼ାକ୍ତରୀ ରିପୋର୍ଟରେ କୌଣସି ପ୍ରମାଣ ନ ମିଳିବାରୁ ଏବେ ୩ଜଣଙ୍କୁ ଥାନେ ଅଦାଲତ ଜାମିନ୍‌ ଦେଇଥିବା ଜଣା ପଡ଼ିଛି ।

indiatimes.com

ସଂପୃକ୍ତ ୪ଜଣଙ୍କୁ ସଞ୍ଚୟ ପାଟିଲ, ନିଲେଶ ଭୋଇର, ଜିତେନ୍ଦ୍ର ଯାଦବ ଏବଂ ଉଷା ତୁପେ ବୋଲି ଚିହ୍ନଟ କରାଯାଇଛି । ସେମାନଙ୍କୁ ଆଇପିସି ଧାରା ୩୭୬, ୩୨୩, ୫୦୪, ଏବଂ ୫୦୬ ସହ ପୋସ୍କୋ ଆକ୍ଟ ୨୦୧୨ ଅନୁଯାୟୀ ଗିରଫ କରାଯାଇଥିଲା । ୨୦୧୪ ଏବଂ ୨୦୧୫ରେ ନାବାଳିକା ଅନେକ ଥର ଦୁଷ୍କର୍ମର ଶିକାର ହେବାର ଅଭିଯୋଗ ପୀଡ଼ିତାଙ୍କ ମା’ ପୁଲିସରେ ଦେବା ପରେ ୪ଜଣଙ୍କୁ ଗିରଫ କରାଯିବା ସହ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ।

ସମ୍ବନ୍ଧିତ ଖବର