ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରି ଦେଲେ ଏୟାରହଷ୍ଟେସ, ସମ୍ପର୍କୀୟ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ଏଠାରେ ଜଣେ ଏୟାର ହଷ୍ଟେସ ଜୀବନ ହାରି ଦେଇଛନ୍ତି।  ଜୀବନ ହାରି ଦେଇଥିବା ଏୟାର ହଷ୍ଟେସଙ୍କ ନାମ ଦେବପ୍ରିୟା ବିଶ୍ବାସ ଓ ବୟସ ୨୭ ବର୍ଷ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଏୟାର ହଷ୍ଟେସ ଦେବପ୍ରିୟା ଅନେକ ଦିନ ହେବ ଚିନ୍ତାରେ  ରହୁଥିଲେ। ଏହି  ଚିନ୍ତାରୁ ବ‌ାହାରି ନପାରି ସେ ଜୀବନ ହାରି ଦେଇଛନ୍ତି। ଏହି ଘଟଣା ପରଠାରୁ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ କହିଛି ଯେ ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ କୌଣସି ପ୍ରକାର ଅଭିଯୋଗ ଆସିନାହିଁ।

ଏହି ଘଟଣା କୋଲକାତାର ପ୍ରଗତି ମୈଦାନର ମହାନଗର ନିଗମ ସମବାୟ ହାଉସିଂ ସୋସାଇଟିରେ ଘଟିଛି। ଗତ ଶନିବାର ସନ୍ଧ୍ୟା ପ୍ରାୟ ୪ ଟା ସମୟରେ ଏୟାର ହ‌ଷ୍ଟେସ କୋଠାର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଏୟାର ହଷ୍ଟେସଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ବିଲଡିଂରୁ ଡେଇଁବା ପରେ ସେ ରାସ୍ତାରେ ପଡିଯାଇଥିଲେ ଏବଂ ଏହି କାରଣରୁ ସେ ଗୁରୁତର ହୋଇପଡ଼ିଥିଲେ। ଏୟାର ହଷ୍ଟେସଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ଦେବପ୍ରିୟାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଦୁଇ ବର୍ଷ ଧରି ଲଗାତାର କାମ ନ ପାଇବାରୁ ସେ ବିରକ୍ତ ହୋଇ ଯାଇଥିଲେ ବୋଲି ଏୟାର ହଷ୍ଟେସର ସମ୍ପର୍କୀୟମାନେ କହିଥିଲେ। ସେ ଦୀର୍ଘ ସମୟ ଧରି ଚିନ୍ତାରେ ରହୁଥିଲେ। ଏହି ଚିନ୍ତାରୁ ସେ ବାହାରି ନପାରିବାରୁ ଏଭଳି ଏକ କଠୋର ପଦକ୍ଷେପ ଉଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର