ମାଧୁରୀଙ୍କ ‘ମାର୍‌ ଡାଲା’ ଗୀତରେ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କଲେ ୩ ଯୁବକ, ଚକିତ ହେଲେ ଦେଖଣାହାରୀ

ନୂଆଦିଲ୍ଳୀ: ଯୁଗ ବଦଳିବା ସହ ଲୋକଙ୍କ ଭାବନା ବି ବଦଳୁଛି। ବିବାହ ଜୀବନର ସବୁଠାରୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା କରିବାକୁ ଭାବିଥାନ୍ତି। ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା ବେଳେ ସେ ସମୟର ଭିଡିଓ ବି ଇଣ୍ଟ୍‌ନେଟ୍‌ରେ ଭାଇରାଲ୍‌ ହୋଇ ଯାଇଥାଏ।

କେଉଁ ବିବାହରେ ବର-କନ୍ୟାଙ୍କ ଏଣ୍ଟ୍ରି ଜବରଦସ୍ତ ହୋଇଥାଏ ତ କେଉଁ ବିବାହରେ ସଂପର୍କୀୟ ଓ ନିକଟତର ବ୍ୟକ୍ତିଙ୍କ ନୃତ୍ୟ କିମ୍ବା ଗୀତ ସଭିଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେଇଥାଏ।

ନିକଟରେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓ ଦେଖିବା ପରେ ଆପଣ ନିଜ ହସ ରୋକି ପାରିବେନି। ଭିଡିଓରେ ୩ ଜଣ ପୁଅ ମିଶି ମାଧୁରୀ ଦୀକ୍ଷିତଙ୍କ ବହୁ ଲୋକପ୍ରିୟ ଗୀତ ‘ମାର୍‌ ଡାଲା’ରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ପ୍ରଦର୍ଶନ ଦେଖି ସେଠାରେ ଥିବା ସମସ୍ତେ ହସି ହସି ବେଦମ ହେଉଛନ୍ତି।

 

 

View this post on Instagram

 

A post shared by @monassingh

ଏହି ଭିଡିଓରେ ହେଉଛି ଏକ ସଂଗୀତ ସମାରୋହର। ୩ ଜଣ ବନ୍ଧୁ ସେମାନଙ୍କ ସାଙ୍ଗର ସଂଗୀତ ଉତ୍ସବରେ ଏହି ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି। ଭାଇରାଲ୍‌ ହୋଇଥିବା ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ମୋନା ସାହୁ ନାମକ ଜଣେ ବ୍ୟବହାରକାରୀ ଅପ୍‌ଲୋଡ୍‌ କରିଛନ୍ତି।

ସେୟାର୍‌ ହୋଇଥିବା ଏହି ଭିଡିଓର ଭିୟୁ ଏବେ ସୁଦ୍ଧା ୧ ମିଲିୟନ୍‌ରୁ ଅଧିକ ଭିୟୁ ହୋଇ ସାରିଲାଣି। କମେଣ୍ଟ୍‌ରେ ଇନ୍‌ଷ୍ଟା ବ୍ୟବହାରକାରୀମାନେ ଉକ୍ତ ୩ ପୁରୁଷଙ୍କୁ ଉତ୍ସାହିତ ବି କରିଛନ୍ତି।

ସମ୍ବନ୍ଧିତ ଖବର