ଦୁଷ୍କର୍ମକାରୀଙ୍କୁ ଉଲଗ୍ନ କରି ବୁଲାଇଲେ ପୀଡ଼ିତାଙ୍କ ପରିବାର

ଗୌହାଟୀ : ୧୭ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିବା ଦୁଇ ଅପରାଧୀଙ୍କୁ ଲୋକେ ଉଲଗ୍ନ କରି ବୁଲାଇଛନ୍ତି । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଜିମା ଦେବା ପୂର୍ବରୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିବା ଜଣା ପଡ଼ିଛି । ଏହି ଘଟଣାଟି ସୋମବାର ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ଘଟିଥିବା ବେଳେ ଦେଖଣାହାରୀ ଏହାର ଭିଡ଼ିଓ ଉତ୍ତୋଳନ କରୁଥିବାର ଦେଖା ଯାଇଥିଲା । କିଛି ଲୋକ ଦୁଷ୍କର୍ମକାରୀମାନଙ୍କୁ ଉଚିତ୍‌ ଦଣ୍ଡ ମିଳିଛି ବାଲି ମଧ୍ୟ କହିଥିଲେ ।
ସୂଚନା ମୁତାବକ, ୧୭ବର୍ଷିୟ ଯୁବତୀ ଜଣକ ଫୋନ ଯୋଗେ ଜଣେ ଅଜଣା ଯୁବକଙ୍କ ସହ କଥା ହେବା ସହ ତା’ଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । ବିବାହ କରିବା ବାହାନାରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଘରୁ ପଳାଇ ଆସିବା ପାଇଁ କହିଥିଲେ । ନାବାଳିକା ଜଣଙ୍କ ଅଭିଯୁକ୍ତଙ୍କ କଥା ମାନି ଘରୁ ଲୁଚି ପଳାଇଯାଇଥିବା ବେଳେ ଅଭିଯୁକ୍ତ ପ୍ରେମିକ ଏହାର ଫାଇଦା ଉଠାଇ ରବିବାର ସେ ନିଜର ୩ ଜଣ ସାଙ୍ଗଙ୍କ ସହ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘରେ ଝିଅ ନ ଥିବା ଜାଣି ଖୋଜାଖୋଜି କରିବା ପରେ ଝିଅକୁ ପାଇ ଘରକୁ ଆଣିଥିଲେ ପରିବାର ଲୋକେ ।

In-Quest

ଘରକୁ ଆସି ପୂରା ଘଟଣା ଜାଣିବା ପରେ ପରିବାର ଲୋକେ ପୁଲିସରେ ଏ ନେଇ ଏତଲା ଦେଇଥିଲେ । ଏହା ସହ ପୁଲିସ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିବା ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକେ ଏବଂ ସଂପର୍କୀୟମାନେ ମିଶି ଦୁଇ ଅଭିଯୁକ୍ତଙ୍କୁ ଉଲଗ୍ନ କରି ଥାନାରେ ହାଜର କରାଇଥିଲେ । ବର୍ତ୍ତମାନ ଦୁଇ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର