ଛାତରେ ନିଜ ଝିଅକୁ ନଗ୍ନ କରି ଅଶାଳୀନ ସ୍ପର୍ଶ କରୁଥିଲେ ସେନା କର୍ମଚାରୀ ! ବାପାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କଲେ ଝିଅ

ଭୋପାଳ: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୪୫ ବର୍ଷିଅ ସେନା କର୍ମଚାରୀ ନିଜ ୧୭ ବର୍ଷିୟା ଝିଅ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ନାବାଳିକା ଝିଅର କୌଣସି ଭୁଲ୍‌ ଦେଖିଲେ ସେନା କର୍ମଚାରୀ ଜଣକ ନିଜ ଝିଅକୁ ଛାତ ଉପରକୁ ନେଇ ନଗ୍ନ କରି ଛିଡ଼ା କରାଉଥିଲେ ବୋଲି ଜାଣିବାକୁ ମିଳିଛି।

ନାବାଳିକା କନ୍ୟା ଜଣକ ଅଭିଯୋଗ ଆଣି ଆହୁରି ବି କହିଛନ୍ତି ଯେ ସେ କୌଣସି ଭୁଲ୍‌ କଲେ ତାଙ୍କ ବାପା ତାଙ୍କୁ ନଗ୍ନ କରି ଛିଡ଼ା କରାଇବା ସହ ଆଶାଳୀନ ସ୍ପର୍ଶ ମଧ୍ୟ କରନ୍ତି। ବେଲ୍‌ଟରେ ଆକ୍ରମଣ ମଧ୍ୟ କରନ୍ତି।

ନାବାଳିକା ଜଣକ କେବଳ ବାପା ନୁହଁନ୍ତି, ନିଜ ମାଆଙ୍କ ନାମରେ ବି ଅଭିଯୋଗ ଆଣିଛନ୍ତି । ‌ତାଙ୍କ କହିବା ମୁତାବକ, ସେ ୪ ବର୍ଷ ବୟସର ହୋଇଥିବା ‌ଅବସ୍ଥାରୁ ତାଙ୍କ ବାପା ତାଙ୍କ ସହ ଏପରି କରି ଆସୁଛନ୍ତି। ତାଙ୍କ ମାଆ ସବୁ ଜାଣି ମଧ୍ୟ ଚୁପ୍‌ ରହନ୍ତିି, କେବେ ବି ତାଙ୍କୁ ସୁରକ୍ଷା ପ୍ରଦାନ କରିନାହାନ୍ତି।

ଏହା ପରିବର୍ତ୍ତେ, ତାଙ୍କ ମାଆ ତାଙ୍କୁ ଗାଳି ଦେଇ  ଚୁପଚାପ୍ “ତାଙ୍କ ବାପାଙ୍କ କଥା ମାନିବାକୁ” କହନ୍ତି । କାରଣ ସେ ଚାହୁଁ ନଥିଲେ ଯେ ସେହି ଅଞ୍ଚଳର ଲୋକମାନେ ଏହି ଲଜ୍ଜାଜନକ କାର୍ଯ୍ୟ ବିଷୟରେ ଜାଣନ୍ତୁ ବୋଲି। ପୀଡ଼ିତା ଜଣକ ଆହୁରି ମଧ୍ୟ କହିଛନ୍ତି କି କେବଳ ତାଙ୍କ ସହ ନୁହେଁ, ତାଙ୍କ ବଡ଼ ଭଉଣୀ ସହ ମଧ୍ୟ ଏହି ପରି ହୋଇଆସୁଛି। ନାବାଳିକା ଜଣକ ପୂର୍ବରୁ ପୁଲିସ୍‌କୁ‌ ଏହି କଥା ଜଣାଇବା ପରେ ଅଭିଯୁକ୍ତଙ୍କୁ ଚେତାବନୀ ଦିଆଯାଇଥିଲା।

ସମ୍ବନ୍ଧିତ ଖବର