ଏଟିଏମ୍‌ରୁ ୨୨ ହଜାର ଟଙ୍କା ଲୁଟ୍‌

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ପ୍ରତାପରୁଦ୍ରପୁର ଗ୍ରାମର ବାବୁଉଦ୍ଦିନ୍‌ ଖାନ୍‌ଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ୨୨ ହଜାର ଟଙ୍କା ଲୁଟ୍‌ ହୋଇଯାଇଛି । ଏସଂପର୍କରେ ବାବୁଉଦ୍ଦିନ୍‌ ଆଜି ପୂର୍ବାହ୍ନରେ କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ହିନ୍ଦୀ ଭାଷରେ କହୁଥିବା ବ୍ୟକ୍ତି ଜଣକ ନିଜକୁ ନିମାପଡ଼ାସ୍ଥିତ ଷ୍ଟେଟ୍‌ ବ୍ୟାଙ୍କର ଶାଖା ପରିଚାଳକ ଭାବେ ପରିଚୟ ଦେଇ ବାବୁଉଦ୍ଦିନଙ୍କୁ ତାଙ୍କ ଆକାଉଣ୍ଟର ୧୬ ଟିକିଆ ନମ୍ଭର ଓ ଆଧାରକାର୍ଡ଼ ନମ୍ବର ମାଗି ଉପରୋକ୍ତ ଟଙ୍କା ଲୁଟି ନେଇଛନ୍ତି।

ସମ୍ବନ୍ଧିତ ଖବର