ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସକାଳ ପ୍ରାୟ ୯ଟାରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଯୁବକ ଜଣକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ପୁଲିସ ସୂଚନାନୁଯାୟୀ ଜିଜିପି କଲୋନିର ରାଜେଶ ମହାନ୍ତି ଆଜି ସକାଳ ପ୍ରାୟ ୯ଟାରେ ମନ୍ଦିର ଯାଉଥିଲେ। ଠିକ ଏହି ସମୟରେ ପ୍ରଶାନ୍ତ ବେହେରା ନାମକ ଜଣେ ଯୁବକ ତାଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା। ଫଳରେ ରାଜେଶ ତଳେ ପଡ଼ି ଚିତ୍କାର କରିଥିଲେ। ରାଜେଶଙ୍କ ପାଟି ଶୁଣି ସେଠାରେ ଥିବା କିଛି ସ୍ଥାନୀୟ ଲୋକ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ରାଜେଶ ଟିକେ ସୁସ୍ଥ ଅନୁଭବ କରିବାରୁ  ମଞ୍ଚେଶ୍ୱର ଥାନରେ ଅଭିଯୋଗ କରିଛନ୍ତି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର