ହୋଟେଲ ମାଲିକଙ୍କୁ ମାଡ଼ ମାରି ବାଇକ୍‌, ଟଙ୍କା ଓ ମୋବାଇଲ ଛଡ଼ାଇ ନେଲେ

ଧଉଳି: ଗୁୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଧଉଳି ଛକ ନିକଟରେ ୩ ଜଣ ଯୁବକ ଜଣେ ହୋଟେଲ ମାଲିକଙ୍କୁ ମାଡ଼ମାରି ତାଙ୍କ ନିକଟରୁ ଏକ ଦାମୀ ମୋବାଇଲ୍‌, ୧୫ ଶହ ଟଙ୍କା ସହିତ ଉକ୍ତ ଡିସକଭର୍‌ ବାଇକ୍‌ (ଓଡି-୦୨ କ୍ୟୁ-୫୫୫୬ ) ଲୁଟି ନେଇ ଫେରାର ହୋଇଯାଇଥିଲେ। ଆଉ ଲୁଟ୍‌ର ଶିକାର ହୋଟେଲ ବ୍ୟବସାୟୀ ଜଣକ ହେଲେ ବାଲିଅନ୍ତା ଥାନା ଅଧୀନ ନୂଆସାହି ଗ୍ରାମର ବ୍ରଜ କିଶୋର ପରିଡ଼ା । ବ୍ରଜ ଭୁବନେଶ୍ୱର ସାମନ୍ତରାପୁର ପ୍ଲଟ ନଂ ୧୦୦୫ରେ ରହୁଥିବାବେଳେ ତାଙ୍କର ଏଠାରେ ଏକ ହୋଟେଲ ରହିଛି । ଅଭିଯୋଗ ମୁତାବକ ଗତକାଲି ରାତିରେ ସେ ପିପିଲି ଥାନା ଅନ୍ତର୍ଗତ ଶିଉଳା ଗ୍ରାମରୁ ଭୋଜିଖାଇ ସାରି ଘରକୁ ଫେରୁଥିବା ବେଳେ ଗୁଡ଼ିଆପୋଖରୀ ଛକରୁ ଆଭେଞ୍ଚର ବାଇକ୍‌ରେ ପିଛା କରୁଥିବା ୩ ଜଣ ଯୁବକ ତାଙ୍କୁ ଧଉଳି ଛକ ନିକଟରେ ଅଟକାଇ ଲୁଟ୍‌ପାଟ କରି ପୁଣି ଉତ୍ତରାଛକ ଆଡ଼େ ଦ୍ରୁତବେଗରେ ପଳାଇଥିଲେ। ବ୍ରଜଙ୍କ ଅଭିଯୋଗକୁ ଆଧାର କରି ଧଉଳି ଥାନାରେ କେସ୍‌ ନଂ ୪୪ / ୧୮ ରେ ଏକ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଜାରି ରଖିଛି। ହେଲେ ଦୀର୍ଘ ୨୪ ଘଣ୍ଟା ପରେ ବି ଏହି ଲୁଟେରାଙ୍କ ଟେର ମିଳି ନଥିବା ଥାନାର ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର