ବ୍ୟବସାୟୀଙ୍କୁ ଆକ୍ରମଣ ୨ଲକ୍ଷ ଲୁଟ୍‌

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଗୁରୁବାର ରାତ୍ର ୮ଟା ବେଳେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ‌ସ୍ଥାନୀୟ କଲେଜଛକ କାଳୀମନ୍ଦିର ନିକଟରେ ଅରୁପ ମହାନ୍ତି ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ଆକ୍ରମଣ କରି ଦୁବୁର୍ତ୍ତମାନେ ତାଙ୍କ ସ୍କୁଟି ସହ ୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସଂକ୍ରାନ୍ତରେ ପୁରୁଷୋତ୍ତମପୁର ଥାନାରେ ବ୍ୟବସାୟୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି। ପୁରୁ‌ଷୋତ୍ତମପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ସହରର କମା ସାହିରେ ଅରୁପ ମହାନ୍ତି(୪୫)ଙ୍କ ଘର। କଲେଜ ମେନରୋଡ୍‌ରେ ତାଙ୍କର ଶଙ୍କର ଟ୍ରେଡର ନାମ‌ରେ ଏକ ଦୋକାନ ରହିଛି। ଅରୁପ ଆଜି ରାତ୍ରି ୮ଟା ୪୦ ସମୟରେ ‌ଦୋକନା ବନ୍ଦ କରି ଘରକୁ ସ୍କୁଟି ‌ଯୋଗେ ଘରକୁ ଫେରୁଥିଲେ। ସ୍କୁଟି ଡିକିରେ ୨ଲକ୍ଷ ଟଙ୍କା ରଖିଥିଲେ। କଲେଜ ଛକ କାଳିମନ୍ଦିର ନିକଟ ଏକ ଅନ୍ଧାରୁଆ ସ୍ଥାନରେ ପୂର୍ବରୁ ଛକି ରହିଥିବା ଦୁଇ ଜଣ ଯୁବକ ଏକ କ୍ରିକେଟ ୱିକେଟ (ଷ୍ଟିକ)ରେ ଅରୁପଙ୍କ ମୁଣ୍ଡକୁ ଶକ୍ତ ଆଘତ ଦେଇଥିଲେ। ଅରୁପ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ନାଳ ମଧ୍ୟରେ ପଡି ଯାଇଥିଲେ। ଉକ୍ତ ଦୁବୁର୍ତ୍ତ ଦ୍ବୟ ତତ୍‌କ୍ଷଣାତ ଅରୁପଙ୍କ ସ୍କୁଟିକୁ ନେଇ ଫେରାର ହୋଇ ଯାଇଥିଲେ। ଦୁବୁର୍ତ୍ତ ଦ୍ବୟ ମୁହଁରେ ଧଳାକନା ବାନ୍ଧିଥିଲେ। ସ୍ଥାନୀୟ ଲୋକମାନେ ଅରୁପଙ୍କୁ‌ ନେଇ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇଁ ପୁରୁଷୋତ୍ତମ ଏସ୍‌ଡିପିଓ ନିମାଇଁ ସେଠୀ ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଘଟଣା ସ୍ଥଳ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର