ଠିକାଦାରଙ୍କୁ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ୱର: ଜଣେ ଠିକାଦାରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଦାଶରଥି ଟୁଡୁ (୨୫) ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ଘର ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟ ବସ୍ତିରେ। ସେ ଗାଡ଼କଣ ଅଞ୍ଚଳର ଠିକାଦାର ଗୋବିନ୍ଦ ଚରଣ ପାତ୍ର (୫୬)ଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ଗୋବିନ୍ଦ ତାଙ୍କ ଅଧୀନରେ କାମ କରୁଥିବା କିଛି ଶ୍ରମିକଙ୍କୁ ପାଉଣା ଦେବା ପାଇଁ ମଞ୍ଚେଶ୍ୱର ରେଳଷ୍ଟେସନ ନିକଟ ବସ୍ତିକୁ ଯାଇଥିଲେ। ସେ ଜଣେ ମହିଳା ଶ୍ରମିକଙ୍କୁ ଟଙ୍କା ଦେବା ବେଳେ ଦାଶରଥି ସେଠାରେ ନିଶାଶକ୍ତ ଅବସ୍ଥାରେ ପହଞ୍ଚି ଅଧିକ ଟଙ୍କା ଦେବାକୁ ଗୋବିନ୍ଦଙ୍କୁ କହିଥିଲା। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦାଶରଥି ଗୋବିନ୍ଦଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ସ୍ଥାନୀୟ ଲୋକ ଗୋବିନ୍ଦଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ପରେ ଗୋବିନ୍ଦ ଏ ସଂପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର