ଖଣ୍ଡଗିରି : ବଟି ପାଇଁ ବନ୍ଧୁକରେ ମୁଣ୍ଡକୁ ଛେଚିଲେ

ଖଣ୍ଡଗିରି : ଦାଦାବଟି ପାଇଁ ମନା କରିବାରୁ ରବିବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ହୋଟେଲ ମାଲିକଙ୍କୁ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତ ଦ୍ବୟ ଏକ ବନ୍ଧୁକ ପଛରେ ତାଙ୍କ ମୁଣ୍ଡକୁ ବାଡ଼େଇ ଫଟେଇ ଦେଇଛନ୍ତି। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଖୋଜାଖୋଜି କରି ଦୁଇ ଜଣଙ୍କୁ ଅଟକ ରଖିଛି ଓ ସେମାନେ ନାବାଳକ ବୋଲି ଜଣାପଡ଼ିଛି। ମାତ୍ର ଅଧିକ ତଦନ୍ତ ଜାରି ରହିଥିବାରୁ ପୁଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ। ସୂଚନାନୁସାରେ ଗତକାଲି ରାତି ପ୍ରାୟ ୧୧ଟାବେଳେ ଆଇଗିଣିଆ ଡୁମୁଡୁମା ଛକରେ ଥିବା ଏହି ହୋଟେଲର ମାଲିକ ହୋଟେଲ ବନ୍ଦ କରିବାକୁ ବାହାରିଥିଲେ। ଅଚାନକ ଦୁଇ ଜଣ ଯୁବକ ବାଇକ୍‌ ଯୋଗେ ଆସି ସେଠାରେ ପହଞ୍ଚିଥିଲେ ଓ ତାଙ୍କୁ ଟଙ୍କା ମାଗିଥିଲେ। ଏଣିକି ମାସକୁ ମାସ ବଟି ଦେବାକୁ ଚେତାବନୀ ଦେଇଥିଲେ। ମାତ୍ର ସ୍ଥାନୀୟ ଗାଁର ଏହି ହୋଟେଲ ମାଲିକ ଯୁବକମାନଙ୍କ କଥାକୁ ହସରେ ଉଡ଼ାଇ ଦେଇଥିଲେ। ତେଣୁ ସେମାନେ ରାଗି ବନ୍ଧୁକ ବାହାର କରିଥିଲେ ଓ କଥା କଟାକଟି ହେବା ଭିତରେ ତାଙ୍କ ମୁଣ୍ଡକୁ ଛେଚି ଦେଇ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର