ପ୍ରେମରେ ଧୋକା ଦେଉଥିବା ସନ୍ଦେହ କରି ପ୍ରେମିକାକୁ ମାଡ଼ ମାରିବା ସହ ଛୁରି ଭୁସିଲା ପ୍ରେମିକ

ଗୁରୁଗ୍ରାମ୍‌ : ପ୍ରେମରେ ଧୋକା ଦେଉଥିବା ସନ୍ଦେହ କରି ଜଣେ ପ୍ରେମିକ ନିଜ ପ୍ରେମିକାକୁ ମାରଣାତ୍ମକ ଆକ୍ରମଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ନିଜ ପ୍ରେମିକାଙ୍କୁ ଅନ୍ୟ ଯୁବକଙ୍କ ସହ ଦେଖିବା ପରେ ଏଭଳି ପଦକ୍ଷେପ ନେଇଥିଲେ । ପ୍ରଥମେ ଇଟାରେ ପୀଡ଼ିତାଙ୍କ ମୁଣ୍ଡ ଛେଚି ଦେବା ସହ ପରେ ତାଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ପୁଲିସ ।

Hindustan Times

ସୂଚନା ମୁତାବକ, ଗୁରୁଗ୍ରାମ୍‌ରେ ଭଡ଼ା ଘରେ ରହି ଅଟୋ ଚଳାଉଥିଲେ ମଦନ କୁମାର । ପରିବାର ଲୋକ ପାନିପତରେ ରହୁଥିବା ବେଳେ ମଦନ ରୋଜଗାର ପାଇଁ ଗ୍‌ୁରୁଗ୍ରାମ୍‌ରେ ଆସି ରହୁଥିଲେ । ପୀଡ଼ିତା ଏକ କ୍ଲବ୍‌ରେ ଡ୍ୟାନ୍‌ସର ଭାବେ କାମ କରୁଥିବାରୁ ସେ ସୁଖ୍‌ରାଲିରେ ଘର ନେଇ ରହିବାକୁ ଲାଗିଥିଲେ । ଦୁହିଁଙ୍କ ଘର ପାଖା ପାଖି ଥିବାରୁ କିଛି ଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେବା ସହ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଯାହା ପରେ ଦୁହେଁ ଲିଭ୍‌-ଇନ୍‌ରେ ରହିବା ଆରମ୍ଭ କରିଥିଲେ । କିଛି ଦିନ ପରେ ମଦନ ପୀଡ଼ିତାଙ୍କ ଉପରେ ଅନ୍ୟ ପୁରୁଷ ସହ ସଂପର୍କ ଥିବା ନେଇ ସନ୍ଦେହ କରିବା ସହ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ଥରେ ପୀଡ଼ିତାଙ୍କୁ ଅନ୍ୟ ପୁରୁଷ ସହ ପେଟ୍ରୋଲ ଟାଙ୍କି ପାଖରେ ଦେଖି, ମଦନ ତାଙ୍କୁ ମାଡ଼ ମାରିବା ସହ ଛୁରି ଭୁସି ଦେଇଥିଲେ । ଏହି ଘଟଣା ପରେ ଗିରଫ ହେବା ଡ଼ରରେ ମଦନ ଫେରାର ହୋଇଯିବା ସହ ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଡ଼ାକ୍ତାଖାନାରେ ପହଞ୍ଚାଇଥିଲେ । ପୁଲିସ ଏବେ ଅଭିଯୁକ୍ତ ମଦନକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର