ଜନ୍ମଦିନ ପାର୍ଟିରେ ବଙ୍ଗୀୟ ନାବାଳିକା ସହ ଗଣଦୁଷ୍କର୍ମ; ‘ତୃଣମୂଳ କଂଗ୍ରେସ’ ନେତାଙ୍କ ପୁଅ ଗିରଫ

କୋଲ୍‌କାତା: ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ ଏକ ଜନ୍ମଦିନ ପାର୍ଟିରେ ଗଣଦୁଷ୍କର୍ମରେ ପୀଡ଼ିତା ବୋଲି ଅଭିଯୋଗ ହୋଉଥିବା ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ପୁଲିସ କହିଛି। ଅଧିକ ତଦନ୍ତ ଲାଗି ତାଙ୍କୁ ଗିରଫ କରାଯାଇଥିବା କଥା ମଧ୍ୟ ପୁଲିସ କହିଛି।

ନାବାଳିକାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ‘ତୃଣମୂଳ କଂଗ୍ରେସ’ ପଞ୍ଚାୟତ ସଦସ୍ୟଙ୍କ ପୁଅ। ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଘଟଣା ଘଟିବାର ୪ ଦିନ ପରେ ଅର୍ଥାତ୍ ଗତ ଶନିବାର ଦିନ ଉକ୍ତ ନାବାଳିକାଙ୍କର ପିତାମାତା ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଅଭିଯୁକ୍ତଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ଝିଅ ସୋମବାର ଅପରାହ୍ଣରେ ତାଙ୍କ ବାସଭବନକୁ ଯାଇଥିଲା। କିନ୍ତୁ, ଅସୁସ୍ଥ ହୋଇ ଘରକୁ ଫେରିବା ପରେ ତା’ର ମୃତ୍ୟୁ ଘଟିଲା।

ସେମାନେ କହିଛନ୍ତି, ସ୍ଥାନୀୟ ‘ଟିଏମ୍‌ସି’ ନେତାଙ୍କ ପୁଅର ବାସଭବନରେ ଆୟୋଜିତ ପାର୍ଟିରୁ ଫେରିବା ପରେ ଝିଅ ଦେହରୁ ପ୍ରବଳ ରକ୍ତସ୍ରାବ ଓ ପେଟରେ ଭୀଷଣ ଯନ୍ତ୍ରଣା ହେଉଥିଲା। ଆମେ ଡାକ୍ତରଖାନା ନେବା ଆଗରୁ ସେ ମରିଗଲା।

Image Courtesy of Republic World

ନାବାଳିକାର ମାଆ ସାମ୍ବାଦିକମାନଙ୍କୁ କହିଛନ୍ତି, ଘଟଣାକ୍ରମ ଓ ପାର୍ଟିରେ ଉପସ୍ଥିତ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିବା ପରେ ଆମେ ନିଶ୍ଚିତ ଯେ, ଅଭିଯୁକ୍ତ ଏବଂ ତା’ର ବନ୍ଧୁମାନେ ତା’ ସହ ଦୁଷ୍କର୍ମ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବ୍ୟବଚ୍ଛେ କରାଯାଇ ‘ଡେଥ୍‌ ସାର୍ଟିଫିକେଟ୍‌’ ଇସ୍ୟୁ ହେବା ଆଗରୁ ଦଳେ ‌ଲୋକ ବଳପୂର୍ବକ ଝିଅର ଶବ ସତ୍କାର ପାଇଁ ନେଇଯାଇଥିଲେ।

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ତୃଣମୂଳ କଂଗ୍ରେସ’ର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପାଞ୍ଜା କହିଛନ୍ତି, ନାବାଳି ଏବଂ ମହିଳାଙ୍କ ପ୍ରତି ଅସଦାଚରଣକୁ ଶାସକ ଦଳ ସହ୍ୟ କରେନାହିଁ। ଘଟଣାକୁ ରାଜନୀତି କରା ନ ଯିବା ଉଚିତ। ତଦନ୍ତ ପାଇଁ ପୁଲିସ ସାଧ୍ୟମତେ ସବୁ କିଛି କରି ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଉପରୋକ୍ତ ଘଟଣା ବିରୋଧରେ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ ବିରୋଧୀ ‘ବିଜେପି’ ହଂସଖାଲିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ସମ୍ବନ୍ଧିତ ଖବର