ପତ୍ନୀ ଛେଳି ମାଂସ ରାନ୍ଧିବାରେ ବିଳମ୍ବ କରିବାରୁ ୪ବର୍ଷ ଝିଅକୁ ହତ୍ୟାକଲା ପିତା

ପଟନା: ବିହାର ପୂର୍ଣ୍ଣିଆ ଜିଲ୍ଲାରେ ଜଣେ ପିତାର ଅମାନୁଷିକ ଚେହେରା ସାମ୍ନାକୁ ଆସିଛି। ପତ୍ନୀ ଛେଳି ମାଂସ ରାନ୍ଧିବାରେ ବିଳମ୍ବ କରିବାରୁ ୪ବର୍ଷ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପିତା।

ପୁଲିସ ସୂତ୍ରରୁ ପ୍ରକାଶ: ବୁଧବାର ସନ୍ଧ୍ୟାରେ ରାଜଧାନୀ ପାଟନାଠାରୁ ପାଖାପାଖି ୩୬୦କିମି ଦୂର ଏମୋୟୁର୍‌ ପୁଲିସ ଷ୍ଟେସନ୍‌ ଅଧିନରେ ଥିବା ଫକିରତୋଲି ଗ୍ରାମରେ ଘଟିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଝିଅ ହତ୍ୟାକାରୀ ଶମ୍ଭୁଲାଲ ଶର୍ମାକୁ ଗିରଫ କରି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୂର୍ଣ୍ଣିଆ ସଦର ହସ୍‌ପିଟାଲକୁ ଚିକିତ୍ସା ପାଇଁ ପଠାଇ ଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଶିଶୁକୁ ଏମୋୟୁର ହସ୍‌ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ସେଠାରେ ଶିଶୁକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଶର୍ମା ପତ୍ନୀର ଲିଖିତ ଅଭିଯୋଗ ମୁତାବକ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ହତ୍ୟାକାରୀ ପିତା ଗୁଜୁରାଟରେ ଶ୍ରମିକ ଭାବେ କାମ କରିଥାଏ। ଛଟ ପର୍ବ ପାଇଁ ସେ କାମରୁ ଘରକୁ ଆସିଥିଲା।

ସ୍ଥାନୀୟଲୋକଙ୍କ କହିବାନୁସାରେ, ହତ୍ୟାକାରୀ ଶମ୍ଭୁକୁ ଛେଳି ମାଂସ ଖାଇବାକୁ ବହୁତ ଭଲପାଏ। ତେଣୁ ପତ୍ନୀ ମାଂସ ରାନ୍ଧିବାରେ ବିଳମ୍ବ ଦେଖିବାକୁ ସେ ନିଜର ରାଗକୁ ଆୟତ୍ତ କରି ପାରି ନଥିଲା। ଫଳରେ ପାଖରେ ଖେଳୁଥିବା ନିଜର ୪ବର୍ଷର ଝିଅକୁ ମାଡ ମାରିବା ଆରମ୍ଭ କରିଦେଇଥିଲା। ପିତାର ମାଡରେ ଝିଅ ଗୁରୁତର ଆହତ ହୋଇ ଅଚେତ ହୋଇପଡ଼ିଥିଲା। ଏହାପୂର୍ବରୁ ମଦ ମାଂସରେ ଟଙ୍କା ଖର୍ଚ୍ଚ କର ନାହିଁ ବୋଲି ବାରଣ କରିବାରୁ ଶମ୍ଭୁ ତା’ପତ୍ନୀକୁ ସବୁବେଳେ ମାଡଧର କରିଥାଏ।

ସମ୍ବନ୍ଧିତ ଖବର