ବିବାହ ମଣ୍ଡପରେ ବଧୂଙ୍କ ହାତରେ ବରଣମାଳା ଦେଖି ପ୍ରେମିକ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ବିବାହ ସମୟରେ ଅନେକ ଘଟଣା ଘଟିଥାଏ। ଏଥିମଧ୍ୟରୁ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ତ ଆଉ କେତେବେଳେ ହସ। ନିକଟରେ ବିବାହ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏଥିରେ ଦେଖିବାକୁ ମିଳୁଛି, ବିବାହ ମଣ୍ଡପରେ ବର ଓ ବଧୂ ଛିଡ଼ା ହୋଇଛନ୍ତି। ବଧୂ ହାତ‌ରେ ବରଣମାଳା ଧରିଛନ୍ତି। ଏହି ସମୟରେ ତାଙ୍କ ପ୍ରେମିକ ବିବାହ ମଣ୍ଡପରେ ପ୍ରବେଶ କରୁଛନ୍ତି।

ପ୍ରେମିକଙ୍କୁ ବିବାହ ମଣ୍ଡପରେ ଦେଖି ବଧୂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରେମିକାଙ୍କ ହାତ‌ରେ ବରଣମାଳା ଦେଖି ପ୍ରେମିକ କହୁଛନ୍ତି, କାଜଲ ତୁମେ ମୋତେ ଭଲ ପାଅ କି ନାହିଁ? ତୁମେ ଏଠାରେ ଥିବା ଲୋକେ କ’ଣ କହିବେ କ’ଣ ଭାବିବେ ସେ କଥା ଚିନ୍ତା କରନାହିଁ। ମୁଁ ତୁମକୁ ପ୍ରକୃତରେ ଭଲପାଏ, ଏକଥା ତୁମେ ଜାଣିଛ। ତୁମେ କୁହ ତ ମୋତେ ଭଲପ‌ାଅ କି ନାହିଁ।’

ଯୁବକଙ୍କଠାରୁ ଏଭଳି କଥା ଶୁଣି ଯୁବତୀ କହିଥିଲେ, ‘ତୁମେ କିଏ ମୁଁ ଜାଣିନାହିଁ। ଭଲ ପାଇବା ତ ଦୂରର କଥା।’

ଏହି ଘଟଣାରେ ଆଗକୁ କ’ଣ ଘଟିଥିଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା। ତେବେ ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର