ମହିଳାଙ୍କ ସୁନା ହାର ଝାମ୍ପି ନେଇଥିବା ଲୁଟେରା ଗିରଫ

ଭୁବନେଶ୍ୱର : ଜଣେ ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ସେ ହେଲା ମାଳିସାହି ମସ୍‌ଜିଦ୍‌ କଲୋନିର ଚେନ୍ନା ରେଡ୍ଡି(୩୦)। ପୁଲିସ ତାଠାରୁ ଗୋଟିଏ ସୁନା ହାର ଜବତ କରିଛି। ଗତ ୨୨ ତାରିଖ ସକାଳେ ଶାସ୍ତ୍ରୀନଗର ଅଞ୍ଚଳର ମମତା ମହାପାତ୍ର ନାମକ ଜଣେ ମହିଳା ମର୍ଣ୍ଣିଂ ଓ୍ଵାକ୍‌ରେ ଯାଉଥିବା ସମୟରେ ଚେନ୍ନା ତାଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିଲା। ଏ ନେଇ ମମତା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ଚେନ୍ନାକୁ ମାଳିସାହିରୁ ଗିରଫ କରିବା ସହ ହାର ଜବତ କରିିଥିଲା।

ସମ୍ବନ୍ଧିତ ଖବର