ବ୍ୟାଙ୍କର ଅଜବ ନିୟମ ପାଇଁ ଅସୁବିଧାର ସମ୍ମୁଖୀନ ହେଲେ ମହିଳା, ଅନୁମତି ନ ନେଇ ଗର୍ଭବତୀ ହୋଇଥିବାରୁ ମିଳିଲା ଗର୍ଭପାତର ଆଦେଶ

ନୂଆଦିଲ୍ଲୀ : କିଛି ଦିନ ହେବ ଚୀନ୍‌ର ଏକ ବ୍ୟାଙ୍କ ବିରୋଧରେ ଲୋକମାନେ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡ଼ିଛି । ବ୍ୟାଙ୍କ ତା’ର ଜଣେ ମହିଳା କର୍ମଚାରୀଙ୍କୁ ଗର୍ଭପାତ ନ ହେଲେ ଜରିମାନା ଦେବାକୁ ଆଦେଶ ଦେବା ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ଜଣାପଡ଼ିଛି । ମହିଳା ଜଣଙ୍କ ନ ଜଣାଇ ଗର୍ଭବତୀ ହୋଇଥିବାରୁ ତାଙ୍କୁ ଏଭଳି ଦଣ୍ଡ ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମିଳିଛି । ଯଦି କୌଣସି ମହିଳା କର୍ମଚାରୀ ସୂଚନା ନ ଦେଇ ଗର୍ଭବତୀ ହେଉଛନ୍ତି,ତେବେ ସେ ଗର୍ଭପାତ କରାଇବେ ନହେଲେ ନିଜ ଭୁଲ ପାଇଁ ଜରିମାନା ଦେବେ ବୋଲି ବ୍ୟାଙ୍କର ନିୟମ ଥିବା ବେଳେ ମହିଳା କର୍ମଚାରୀଜଣଙ୍କ ନିୟମ ଉଲ୍ଲଘଂନ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ଏଭଳି ଦଣ୍ଡ ମିଳିଛି ।

TheJournal.ie

ସୂଚନା ମୁତାବକ, ଯଦି କୌଣସି ମହିଳା କର୍ମଚାରୀ ଗର୍ଭବତୀ ହେବାକୁ ଚାହୁଁଛନ୍ତି,ତେବେ ସେମାନଙ୍କୁ ଜାନୁଆରୀ ମାସରେ ଚିଠି ଲେଖି ଜଣାଇବାକୁ ହେବ । ବ୍ୟାଙ୍କର ମୁଖ୍ୟ ଅନୁମତି ଦେବା ପରେ ହିଁ ମହିଳା କର୍ମଚାରୀ ଗର୍ଭବତୀ ହୋଇ ପାରିବେ । ବ୍ୟାଙ୍କର ଏହି ଅଜବ ନିୟମର ଶିକାର ହେବା ପୂର୍ବରୁ ଅନେକ ମହିଳା ହୋଇ ସାରିଥିଲେ ମଧ୍ୟ କେହି ଏହାର ଅଭିଯୋଗ କରି ନଥିଲେ । କିନ୍ତୁ ଏବେ ଜଣେ ମହିଳା ଏହାର ବିରୋଧେ କରିବା ପରେ ବ୍ୟାଙ୍କର ଅସଲ ମୁଖା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର