ଜାଣନ୍ତୁ କ’ଣ ପାଇଁ ହେଲିକପ୍ଟର ବୁକ୍‌ କଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା?

ମୁମ୍ବାଇ : ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ପରେ ଏବେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା । ପ୍ରେମିକ ନିକ୍‌ଙ୍କ ସହ ସେ ଯୋଧପୁରରେ ବିବାହ କରିବାକୁ ଯାଉଥିବା ବେଳେ ବିବାହର ପ୍ରସ୍ତୁତି ଜୋର ସୋରରେ ଚାଲିଥିବା ଦେଖାଯାଇଛି । ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ରିୟଙ୍କା ଏକ ହେଲିକପ୍ଟର ବୁକ୍‌ କରିଥିବା ଜଣାପଡ଼ିଛି ।

ଆଜ୍ଞା ହଁ! ବିବାହ ଦିନ ବିବାହସ୍ଥଳରେ ପହଞ୍ଚିବା ପାଇଁ ପ୍ରିୟଙ୍କା ନିଜ ପାଇଁ ଏକ ହେଲିକପ୍ଟର ବୁକ୍‌ କରିଛନ୍ତି । ରଣବୀର ସିଂହ ସିପ୍ଲେନ୍‌(ସାମୁଦ୍ରିକ ବିମାନ)ଦ୍ୱାରା ବିବାହସ୍ଥଳକୁ ଆସି ଚର୍ଚ୍ଚିତ ହୋଇଥିବା ବେଳେ ଏବେ ପ୍ରିୟଙ୍କାଙ୍କ ହେଲିକପ୍ଟରରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Entertainment Tonight

ସୂଚନା ମୁତାବକ, ପ୍ରିୟଙ୍କା ବିବାହ ଦିନ ଉଦୟପୁର ଯାଇ ସେଠାରୁ ହେଲିକପ୍ଟର ସାହାଯ୍ୟରେ ଯୋଧପୁରର ଉମୈଦ ଭବନରେ ଓହ୍ଲାଇବେ । ଯାହା ପାଇଁ ଯୋଧପୁରରେ ଏକ ହେଲିପ୍ୟାଡ଼୍‍ ତିଆରି କରାଯିବ ବୋଲି ଜଣାପଡ଼ିଛି । ତେବେ ପ୍ରିୟଙ୍କାଙ୍କ ସହିତ ହେଲିକପ୍ଟର ମଧ୍ୟରେ ଆଉ କେଉଁମାନେ ରହିବେ,ତାହା ଜଣା ପଡ଼ିନାହିଁ ।

ସମ୍ବନ୍ଧିତ ଖବର