ଯୁବତୀଙ୍କୁ ପ୍ରତାରଣା, ଅଭିଯୁକ୍ତ କୋର୍ଟ ଚାଲାଣ

ବାଲିପାଟଣା: ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲା ପିପିଲି ଥାନା ବିନାୟକପୁର ଗ୍ରାମର କୈଳାସ ବେହେରାଙ୍କ ପୁଅ ସୁଶାନ୍ତ ବେହେରା (ସାନୁ)। ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ସାନୁ ଭଲ ପାଇବାର ଅଭିନୟ କରି ଶାରୀରିକ ସମ୍ପର୍କ ରଖିଥିଲା। ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ବିବାହ ପାଇଁ ସାନୁକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ସାନୁ ରାଜି ନହେବାରୁ ଯୁବତୀଙ୍କ ପରିବାର ତରଫରୁ ବାଲିପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। ଏନେଇ ବାଲିପାଟଣା ଥାନାରେ କେସ୍‌ ନଂ ୨୬୦/୧୯ରେ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର