ଶବଦାହ ସମୟରେ ବୈଦ୍ୟୁତିକ ଚୂଲାରେ ୨୯ଘଣ୍ଟା ପର୍ଯ୍ୟନ୍ତ ଅଧାପୋଡ଼ା ଅବସ୍ଥାରେ ରହିଲା କରୋନା ସଂକ୍ରମିତଙ୍କ ମୃତଦେହ

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ବୈଦ୍ୟୁତିକ ଶବଦାହ ଗୃହରୁ ଏକ ଅବହେଳାର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କରୋନା  ରୋଗୀଙ୍କ ମୃତଦେହକୁ ଦାହ କରିବା ପାଇଁ ପାଖାପାଖି ୨୯ଘଣ୍ଟା ସମୟ ଲାଗିଥିଲା। ବୁଧବାର ଯେତେବେଳେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏହି ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ଯାଇ ଶବଦାହ ମେସିନ୍‌କୁ ଠିକ୍‌ କରାଯାଇ ରୋଗୀଙ୍କ ଶବଦାହ କରାଯାଇଥିଲା।

10-hour delay in cremation of Bengal's 1st Covid-19 fatality; kins ...
Oneindia

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଘଟଣା ହିନ୍ଦନ ଉପକୂଳରେ ଥିବା ଏକ ବୈଦ୍ୟୁତିକ ଶବଦାହ ଗୃହରେ ଘଟିଛି। ଇନ୍ଦିରାପୁରାମର ଏଟିଏସ୍‌ ସୋସାଇଟିରେ ବସବାସ କରୁଥିବା ୫୮ ବର୍ଷିୟ ଶିଳ୍ପପତିଙ୍କ ଗତ ସୋମବାର ସନ୍ଧ୍ୟାରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା। କରୋନା ପ୍ରୋଟୋକଲ ନିୟମ ଅନୁସାରେ ତାଙ୍କ ମୃତଦେହକୁ ଗତ ମଙ୍ଗଳବାର ଦିନ ହିନ୍ଦନରେ ଥିବା ଶବଦାହ ଗୃହକୁ ଅଣାଯାଇଥିଲା। ଶବକୁ ୧୧ଟା ସମୟରେ ଅନ୍ତିମ ସଂସ୍କାର ପାଇଁ ଏକ ବୈଦ୍ୟୁତିକ ଚୂଲାରେ ରଖାଯାଇଥିଲା । ଶିଳ୍ପପତିଙ୍କ ଶରୀରର ଅଧା ଅଂଶ ପୋଡ଼ିଥିବା ବେଳେ ଚୂଲା ହଠାତ ଖରାପ ହୋଇଯାଇଥିଲା। ଏହାପରେ ଶିଳ୍ପପତିଙ୍କ ପରିବାର ମୃତଦେହକୁ ଚୂଲାରୁ ବାହାର କରି ସାଧାରଣ ଭାବେ ପୋଡି ସଂସ୍କାର କରିବେ ବୋଲି ଦାବି କରିଥିଲେ। କିନ୍ତୁ ମୃତଦେହ ମେସିନ ଭିତରେ ଥିବା ସହିତ କରୋନା ସଂକ୍ରମଣ ଭୟରେ ଶବକୁ ଅଧାଜଳା ଅବସ୍ଥାରେ ସେଭଳି ଚୂଲା‌ ଭିତରେ ହିଁ ରଖାଯାଇଥିଲା।

Half-burnt body of COVID-19 patient lies in furnace for 29 hours ...
Times Now

ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀମାନେ ମ୍ୟୁନିସିପାଲିଟି କର୍ପୋରେସନକୁ ଏହି ଘଟଣାର ସୂଚନା ଦେଇଥିଲେ। ଏହା ସତ୍ତ୍ୱେ  ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ମେସିନ୍‌ ଠିକ୍‌ ହୋଇପାରି ନଥିବାରୁ ମୃତକଙ୍କ ପରିବାର ୨୯ ଘଣ୍ଟା ପର୍ଯ୍ୟନ୍ତ କିଛି ନଖାଇ ନପିଇ ଭୋକ ଓ ଶୋଷରେ ଆଉଟୁ ପାଉଟୁ ହୋଇଯାଇଥିଲେ।

ଯେତେବେଳେ ଡିଏମ୍‌ଙ୍କ ପାଖରେ ଏହି ଖବର ପହଞ୍ଚିଥିଲା ସେ ମେସିନ୍‌କୁ ଠିକ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏହା ପରେ ମେକାନିକ୍‌ଙ୍କୁ ଡାକାଯାଇ ମେସିନକୁ ଠିକ୍‌ କରାଯିବା ପରେ ଶିଳ୍ପପତିଙ୍କ ଶବଦାହ କରାଯାଇଥିଲା।

ସମ୍ବନ୍ଧିତ ଖବର