ଅନଲାଇନ କ୍ଲାସ ଚାଲିଥିବା ବେଳେ ଫୋନରୁ ଧରାପଡ଼ିଲା ବାପାଙ୍କ ଚୋରାପୀରତି

ମାନ୍ଦିଆ: ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ବାପାଙ୍କ ଚୋରାପିରତି ଦେଖି ଝିଅ ହତବାକ ହୋଇଯାଇଥିଲା। ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ପିତାଙ୍କ ଅନ୍ତରଙ୍ଗ ଭିଡିଓ ଦେଖିବା ପରେ ଝିଅ କ’ଣ କରିବ କିଛି ବୁଝି ପାରି ନଥିଲା। କାନ୍ଦକାନ୍ଦ ହୋଇ ଏହି ଘଟଣା ସମ୍ପର୍କରେ ନିଜ ମା’ଙ୍କୁ ଯାଇ କହିଥିଲା।

ସ୍ବାମୀଙ୍କ ଏହି ଚୋରାପୀରତି ଧରାପଡ଼ିଯିବା ପରେ ସ୍ତ୍ରୀ ଅଲଗା ହେବାକୁ ଚାହୁଁଥିବା ବେଳେ ତାଙ୍କ ସ୍ୱାମୀ ପରିବାର ସହିତ ଏକାଠି ରହିବାକୁ ଜିଦ ଧରିଥିବା ଜଣାପଡ଼ିଛି। ଉକ୍ତ ଦମ୍ପତ୍ତିଙ୍କ ବିବାହକୁ ୧୮ବର୍ଷ ହୋଇଥିବା‌ ବେଳେ ତାଙ୍କର ୧୫ ଓ ୧୭ବର୍ଷର ଦୁଇଟି ଝିଅ ଅଛନ୍ତି। ମାନ୍ଦିଆର ନାଗାମଙ୍ଗାଲାରେ ବସବାସ କରୁଥିବା ଏହି ପରିବାରରେ ଦେଖା ଦେଇଥିବା ଏହି ସମସ୍ୟାର ସମାଧାନ ପାଇଁ ପୁଲିସ ଏବଂ ସ୍ବେଚ୍ଛାସେବୀ ସଂଗଠନ ଚେଷ୍ଟା କରୁଛନ୍ତି।

Dad gives phone for e-class, teen finds his affair video in Karnataka's Mandya | Mysuru News - Times of India
Times of India

ପୁଲିସ ସୂତ୍ରରୁ ପ୍ରକାଶ, ଦ୍ବାଦଶ ଶ୍ରେଣୀରେ ପାଠପଢ଼ୁଥିବା ଝିଅର ଅନଲାଇନ କ୍ଲାସ ଚାଲିଥାଏ। ଅନଲାଇନ କ୍ଲାସ ପାଇଁ ଝିଅ ବାପାଙ୍କ ଫୋନ ଆଣିଥିଲା। ହଠାତ ଝିଅ ଫୋନରେ ଅନ୍ୟ ଜଣେ ମହିଳାଙ୍କ ସହିତ ବାପାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖିବାକୁ ପାଇଥିଲା। ଏ ବିଷୟରେ ମା’ଙ୍କୁ ଜଣାଇବା ପରେ ପତ୍ନୀ ପୁଲିସ ଏବଂ ମହିଳା ସଂଗଠନ ନିକଟକୁ ଯାଇ ତାଙ୍କ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୁଲିସ ଓ  ସ୍ବେଚ୍ଛାସେବୀ ସଂଗଠନର ଅଧିକାରୀମାନେ ଏହି ଦମ୍ପତ୍ତିଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ କୌଣସି ପ୍ରକାର ସମାଧାନ ହୋଇପାରୁ ନାହିଁ।

ଜଣେ ଅଧିକାରୀ କହିଛନ୍ତି ଯେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇପାରେ।

ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ମହିଳାଙ୍କ ସମ୍ମତି ବିନା ପୁରୁଷ ଏହି ଭିଡିଓର ସୁଟିଂ କରିଛନ୍ତି ନା ତାଙ୍କ ଅଜଣାତରେ ଏହି ଭିଡିଓ ସୁଟ କରିଛନ୍ତି ସେ ନେଇ ଯାଞ୍ଚ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର