ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଶ୍ରମିକଙ୍କୁ ପରଷା ଯାଇଥିବା ଖାଦ୍ୟରେ ମଲା ବିଛା

ଦରଭଙ୍ଗା: ବିହାରରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଥିବା ସଙ୍ଗରୋଧ କେନ୍ଦ୍ରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିହାରର ଦରଭଙ୍ଗା ଜିଲ୍ଲାର ବଦ୍ରି ଯାଦବ ମାଧ୍ୟମିକ ବିଦ୍ୟାଳୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ପରଷା ଯାଇଥିବା ଖାଦ୍ୟରେ ବିଛା ପଡ଼ିଥିବା ଦେଖିବାକୁ ମିଳିଛି। ସଙ୍ଗରୋଧ କେନ୍ଦ୍ରରେ ଥିବା ମନୋଜ ଯାଦବ ନିଜ ଖାଦ୍ୟରେ ମଲା ବିଛା ପଡ଼ିଥିବା ଦେଖିବା ପରେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଚାଞ୍ଚଲ୍ୟ ଖେଳି ଯାଇଛି। ବିଛା ପଡ଼ିଥିବା ଖାଦ୍ୟ ଖାଇ ଅନେକ ପ୍ରବାସୀ ଶ୍ରମିକ ଅସୁସ୍ଥ ହୋଇ ପଡ଼ିଥିଲେ।

ସଙ୍ଗରୋଧରେ ଥିବା ପ୍ରବାସୀ ଶ୍ରମିକଙ୍କ କହିବାନୁସାରେ, ମନୋଜ ଯେତେବେଳେ ଖାଦ୍ୟରେ ବିଛା ପଡ଼ିଥିବା ଦେଖିଥିଲେ, ସେତେବେଳେ ଏକାଠି ୧୦ଜଣ ପ୍ରବାସୀ ଶ୍ରମିକ ବସି ଖାଦ୍ୟ ଖାଉଥିଲେ। ବିଛା ପଡ଼ିଥିବା ଜାଣିବା ପରେ ୪୫ଜଣ ପ୍ରବାସୀ ଶ୍ରମିକ ଉକ୍ତ ଭୋଜନକୁ ନଖାଇ ଫିଙ୍ଗି ଦେଇଥିଲେ ଓ ଦିନ ତିନିଟା ଯାଲଁ ଉପବାସରେ ରହିଥିଲେ।

मजदूरों की हालत में सुधार

ଯେଉଁ ପ୍ରବାସୀମାନେ ଖାଦ୍ୟରେ ବିଛା ପଡ଼ିଥିବା ଜାଣି ପାରି ନଥିଲେ, ସେମାନଙ୍କ ଉକ୍ତ ଖାଦ୍ୟ ଖାଇ ଦେଇଥିଲେ। ଫଳରେ ଦୀପକ ପାସଓ୍ଵାନ୍‌, ପ୍ରକାଶ ଯାଦବ, ରାଗେଶ ଯାଦବ, ପ୍ରମୋଦ ପାସଓ୍ଵାନ୍‌ ଆଦିଙ୍କୁ କିଛି ସମୟ ପରେ ବାନ୍ତି ହୋଇ ଥିବା ଓ ସେମାନଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଏହି ଘଟଣା ସମ୍ପର୍କରେ ସଙ୍ଗେସଙ୍ଗେ ହେଡମାଷ୍ଟରଙ୍କୁ ଖବର ଦିଆଯାଇଥିଲା। ହେଡମଷ୍ଟ ଡାକ୍ତରଙ୍କୁ ଡକାଇ ଥିଲେ। ଚିକିତ୍ସା ଏବେ ଉକ୍ତ ପ୍ରବାସୀଙ୍କ ଶରୀର ଅବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର