ଶ୍ୱଶୁର ପାଇଁ କଇଁଚ ନେଇ ଯାଉଥିବା ଜ୍ୱାଇଁ ଅଡୁଆରେ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଚାଣକ୍ୟପୁରୀରୁ ଜଣେ ଯୁବକଙ୍କୁ ଗିରଫ କରି ତାଙ୍କଠାରୁ ୫ଟି ଭାରତୀୟ ସେଫେଟେଲ କଇଁଚ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଯୁବକ ଜଣକ ଏହି କଇଁଚକୁ ୩ହଜାର ଟଙ୍କାରେ କିଣି କାର୍‌ ଯୋଗେ ଘରକୁ ନେଇ ଯାଉଥିବା ବାଟରେ ଧରାପଡ଼ିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ଏହି କଇଁଚକୁ ଖାଇବା ପାଇଁ ନେଇଯାଉଥିବା କଥା କହିଥିଲା। ଗିରଫ ହୋଇଥିବା ଯୁବକଙ୍କ ପରିଚୟ ଅମନ ଅବେଡକର ଓ ବୟସ ୩୦ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅମନ ନିଜ ଦୁଇ ସାଙ୍ଗ ସହିତ ସାଇମନ ବୋଲିବର ମାର୍ଗ ଦେଇ ଯାଉଥିଲା। ସେତେବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅମନ ଗାଡ଼ି ଯାଞ୍ଚ ପାଇଁ ରାସ୍ତାରେ ଅଟକାଇ ଥିଲା। ଏତିକି ବେଳେ ଅମନ ନିଜ ଗାଡ଼ିକୁ କିଛି ଦୂରରେ ପାର୍କିଂ କରି ଦୌଡ଼ିବାକୁ ଲାଗିଥିଲା। ପୁଲିସକର୍ମୀ ଅମନକୁ କାବୁ କରି ନେଇଥିଲା। ପୁଲିସ ଯାଞ୍ଚ ସମୟରେ ଅମନର ହଣ୍ଡା ସିଟିର ସାମ୍ନା ସିଟର ତଳୁ ୫ଟି କଇଁଚ ଥିବା ଏକ ବ୍ୟାଗକୁ ଜବତ କରିଥିଲା।

ପୁଲିସ ଅମନ ବିରୋଧରେ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଆଧାରରେ ମାମଲା ରୁଜୁ କରିଛି। ଏଥସହିତ କଇଁଚକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି।

ଅମନ ଏହି କଇଁଚ ପ୍ରସଙ୍ଗରେ କହନ୍ତି, ତାଙ୍କ ଶ୍ୱଶୁର ଟିଭି ରୋଗରେ ପୀଡିତ ଅଛନ୍ତି। ତେଣୁ ତାଙ୍କୁ କେହି ଜଣେ କହିଥିଲା କଇଁଚ ମାଂସ ଖାଇଲେ ଟିଭି ରୋଗ ଭଲ ହୋଇଯିବ। ସେଥିପାଇଁ ସେ ଏହି ୫ଟି କଇଁଚ କିଣି ଶ୍ୱଶୁରଙ୍କ ପାଇଁ ନେଉଥିଲେ।

ସମ୍ବନ୍ଧିତ ଖବର