ଛଅବର୍ଷ ବୟସରେ ହୋଇଥିଲା ବାଲ୍ୟ ବିବାହ, ୧୨ବର୍ଷ ପରେ ଏଥିରୁ ମୁକୁଳି ପାରିଲେ ଯୁବତୀ

ନୂଆଦିଲ୍ଲୀ: ରାଜସ୍ଥାନର ପିଥାବାସ ଗ୍ରାମରେ ଜଣେ କନ୍ୟାର ବିବାହ ଛଅବର୍ଷ ବୟସରେ ହୋଇଥିଲା। ବିବାହର ୧୨ବର୍ଷ ସଂଘର୍ଷ ପରେ ଶେଷରେ ଯୁବତୀର ଏକ ଏନ୍‌ଜିଓ ସାରଥୀ ଟ୍ରଷ୍ଟ ସହାୟତାରେ ନିଜ ବିବାହାକୁ ରଦ୍ଧ କରିବାରେ ସଫଳ ହୋଇଛନ୍ତି। ଏବେ ୧୮ବର୍ଷ ବୟସରେ ପ୍ରଦାର୍ପଣ କରିଥିବା ପିଣ୍ଟୁଦେବୀ ଜଣେ ଶ୍ରମିକଙ୍କ କନ୍ୟା । ତାଙ୍କର ବିବାହ ସାରଣନଗରରେ ବସବାସ କରୁଥିବା ଜଣେ ଯୁବକଙ୍କ ସହିତ ହୋଇଥିଲା। ପିଣ୍ଟୁଦେବୀଙ୍କ ବିବାହାକୁ ଯୋଦ୍ଧପୁରର ଏକ ପାରିବାରିକ ନ୍ୟାୟାଳୟ ଦ୍ୱାରା ରଦ୍ଧ କରାଯାଇଛି।

ପିଣ୍ଟୁଦେବୀ ଯେତେବେଳେ ଜାଣିଲା ଶୁଣିଲା ହେଲେ ସେ ଛାଡପତ୍ର ଦାବି କରିଥିଲେ। କିନ୍ତୁ ଶାଶୁଘର ଲୋକ କହିଥିଲେ ଯଦି, ବୋହୂ ଛାଡ଼ପତ୍ର ମାଗେ ତେବେ ତାକୁ ସମାଜରୁ ବହିଷ୍କୃତ କରିଦିଆ ଯିବ। ଯୋଦ୍ଧପୁର ବେସରକାରୀ ସଙ୍ଗଠନ ସାରଥୀ ଟ୍ରଷ୍ଟର ସଂସ୍ଥାପକ କୃତି ଭାରତୀ ସାହାଯ୍ୟରେ ପିଣ୍ଟୁଦେବୀ ଜୁନ୍‌ରେ ବିବାହ ରଦ୍ଧ କରିବା ପାଇଁ ଆବେଦନ କରିଥିଲେ। ବିଚାରପତି ପି.କେ ଜୈନ୍‌ ସମାଜରେ ବାଲ୍ୟବିବାହ ପ୍ରଥାକୁ ରୋକିବାକୁ ଯାଇ ଏହି ବିବାହକୁ ରଦ୍ଧ କରିଥିଲେ।

ସମ୍ବନ୍ଧିତ ଖବର