ଦୁର୍ଘଟଣାରେ କଂଗ୍ରେସ ଯୁବ ନେତାଙ୍କ ମୃତ୍ୟୁ ଘଟଣା, ଡ୍ରାଇଭର୍‌ ଗିରଫ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ଛକଠାରେ ଦୁର୍ଘଟଣା ଘଟାଇ ଫେରାର ଥିବା ହାଇୱା ଡ୍ରାଇଭର୍‌କୁ ପୁଲିସ ଆଜି ଗିରଫ କରିଛି। ଗିରଫ ଯୁବକ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ନୂଆପଡ଼ା ଗ୍ରାମର ସତ୍ୟବାଦୀ ପରିଡ଼ା(୪୫)। ସେ ଏୟାରଫିଲ୍‌ଡ ଥାନା ଅଧୀନ ଜାମୁକୋଳି ଗ୍ରାମରେ ରୁହେ। ପୁଲିସ ସୂଚନା ଅନୁଯାୟୀ ଗତ ୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ କଂଗ୍ରେସ ଯୁବ ନେତା ସାନ ବାବୁ ଓରଫ ଭବାନୀ ଶଙ୍କର ମୁଦୁଲି(୩୨)ଙ୍କୁ ହାଇୱା ଟ୍ରକ୍‌(ଓଡି୦୨-ଏଚ-୍‌୦୭୦୦) ଧକ୍କା କରିଥିଲା। ଘଟଣା ସ୍ଥଳରେ ଭବାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର୍‌ ସତ୍ୟବାଦୀ ଓ ହେଲ୍‌ପର ଫେରାର ଥିଲେ। ଆଜି ପୁଲିସ ଡ୍ରାଇଭର୍‌କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର