ନିଶାସକ୍ତ ସ୍ୱାମୀ ଗର୍ଭବତୀ ସ୍ତ୍ରୀର ପ୍ରାଣ ନେଲା!

ହାଇଦ୍ରାବାଦ: ହାଇଦ୍ରାବାଦ୍‌ର ଜଣେ ଲୋକ ନିଶାସକ୍ତ ଅବସ୍ଥାରେ ନିଜର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଥିବାର ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି। ତା’ପରେ ସ୍ୱମୀ ଜଣକ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଜେଲକୁ ପଠାଇ ଦେଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦ୍‌ର ଆସିଫନଗର ବିଜୟ କୁମାର ନାମକ ଜଣେ ପେଣ୍ଟର ଥାନାରେ ଆସି ସ୍ତ୍ରୀ ଶାଳିନୀକୁ ହତ୍ୟା କରିଥିବା ଆସି କହିଥିଲା। ଏକଥା ଶୁଣି ପୁଲିସ ଅଧିକାରୀ ବିସ୍ମିତ ହୋଇ ଘରକୁ ଯାଇଥିଲେ। ଯେତେବେଳେ ପୁଲିସ ପହଞ୍ଚିଥିଲା , ସେତେବେଳେ ଶାଳିନୀ ଲହୁ ଲୁହାଣ ଅବସ୍ଥାରେ ଥିଲା। ପୁଲିସ ଶାଳିନୀକୁ ହାସ୍ପିଟାଲକୁ ନେଇଥିଲା,ଯେଉଁଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।

୨୦୧୩ରେ ଶାଳିନୀକୁ ବାହା ହୋଇଥିଲେ ବିଜୟ। ବିଜୟ ଜଣେ ମଦ୍ୟପ।ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେୁଥିଲା। ଏପରିକି ବିଜୟ ତାକୁ ପିଟୁଥିବା ନେଇ ଆଗରୁ ସ୍ତ୍ରୀ ଶାଳିନୀ ଥାନାରେ ଏତଲା ଦେଇଥବଲା। ସେ ନିଶାସକ୍ତ ଅବସ୍ଥାରେ ଉତ୍‌କ୍ଷିପ୍ତ ହୋଇ ଏକ ଓଜନିଆ ଜିନିଷରେ ଶାଳିନୀକୁ ମାରିଥିଲା।

ସମ୍ବନ୍ଧିତ ଖବର