କୋଲ୍କାତା: ଇଟାନଗର ଠାରେ ରାଜ୍ୟ ସରକାରଙ୍କ ବିରୋଧରେ ରାଗ ଓ ଅସନ୍ତୋଷ ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଚୋଓନା ମେନ୍ଙ୍କ ବଙ୍ଗଳାରେ ନିଆଁ ଲଗାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ପ୍ରତ୍ୟୁଷରେ ଚୋଓନା ମେନ୍ଙ୍କୁ ରାଜ୍ୟ ରାଜଧାନୀ ଇଟାନଗରରୁ ନମସାଇ ଜିଲ୍ଳାକୁ ସ୍ଥାନାନ୍ତର କରାଯାଇଥିଲା।
ଏହାଛଡ଼ା ପ୍ରତିବାଦକାରୀମାନେ ଜିଲ୍ଲା କମିସନର୍ଙ୍କର ବାସଭବନରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛନ୍ତି। ଜଣେ ପୁଲିସ ସୁପରିଣ୍ଟେଣ୍ଡେଟ୍ ପାହ୍ୟାର ଅଧିକାରୀମ ମଧ୍ୟ ଆହତ ହୋଇଛନ୍ତି।
ପରିସ୍ଥିତିର ମୁକାବିଲା ନିମନ୍ତେ ସେନା ବାହୀନିକୁ ଡକା ଯାଇଛି ଏବଂ ସେମାନେ ଇଟାନଗର ଠାରେ ଫ୍ଲାଗ୍ ମାର୍ଚ କରୁଛନ୍ତି।