କ୍ରିକେଟରଙ୍କୁ ବିବାହ କରିବା ପାଇଁ ମାତା-ପିତାଙ୍କୁ ହତ୍ୟା କଲା ଝିଅ

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ଏକ ଲୋକଟାଙ୍କୁରୀ ଦେବା ଭଳି ଘଟଣା ଘଟିଛି । ପ୍ରେମିକକୁ ବିବାହ କରିବା ପାଇଁ ଝିଅ ନିଜ ମାତା-ପିତାଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଝିଅ ମୃତକଙ୍କ ପୋଷ୍ୟ ସନ୍ତାନ ବୋଲି ଜଣା ପଡ଼ିଛି । ଘରେ ବିବାହ ପାଇଁ ରାଜି ହେଉ ନଥିବାରୁ ଅଭିଯୁକ୍ତ ଝିଅ ନିଜ ପ୍ରେମିକ ସହ ମିଶି ଏଭଳି ଅପରାଧ କରିଥିଲା । ଏ ନେଇ ସୂଚନା ମିଳିବା ପରେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

aajtak.intoday.in

ପୁଲିସ ଦେଇଥିବା ସୂଚନା ମୁତାବକ, ନାଗପୁରର ଦତ୍ତଓ୍ଵାଡିରେ ରହୁଥିବା ଶଙ୍କର ଚମ୍ପତି ଏବଂ ତାଙ୍କ ପତ୍ନୀ ସୀମା ଚମ୍ପତିଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଥିଲା । ତଦନ୍ତ ହେବା ପରେ ଏଭଳି ଅପରାଧ ପଛରେ ଦମ୍ପତିଙ୍କ ପୋଷ୍ୟ ସନ୍ତାନ ଦାୟୀ ବୋଲି ଜଣା ପଡ଼ିଥିଲା । ଝିଅ ଏଶ୍ୱର୍ଯ୍ୟା ନିଜ ପ୍ରେମିକ ମହମ୍ମଦ ଇକ୍‌ଲାଖ ଖାନ୍‌ଙ୍କ ସହ ମିଶି ଦମ୍ପତିଙ୍କୁ ହତ୍ୟା କରିଥିଲେ । ଦୁହେଁ ପରସ୍ପରକୁ ଭଲ ପାଉଥିବା ବେଳେ ଏଶ୍ୱର୍ଯ୍ୟା ପେଶାରେ ଇଞ୍ଜିନିୟର ଏବଂ ମହମ୍ମଦ ଇକ୍‌ଲାଖ ଖାନ୍‌ ପେଶାରେ କ୍ରିକେଟର ଥିଲେ । ଦୁହିଁଙ୍କ ପ୍ରେମ ସଂପର୍କ ବିଷୟରେ ଜଣା ପଡ଼ିବା ପରେ ଐଶ୍ୱର୍ଯ୍ୟାଙ୍କ ମାତା-ପିତା ଘର ବିକି ପୁଣେ ଯିବାର ଯୋଜନା କରୁଥିଲେ । ଯାହା ବିଷୟରେ ଜାଣିବା ପରେ ଦୁଇ ଅଭିଯୁକ୍ତ ହତ୍ୟା ଯୋଜନା କରିଥିଲେ ବୋଲି କହିଛି ପୁଲିସ ।

ସମ୍ବନ୍ଧିତ ଖବର