କେକ୍‌ କାଟିବାକୁ ନିକାଞ୍ଚନ ଜାଗାକୁ ଡାକିନେଇ ୧୯ ବର୍ଷୀୟ ପ୍ରେମିକାକୁ ଜନ୍ମଦିନରେ ହତ୍ୟା କଲା ପିଲାଦିନର ପ୍ରେମିକ

ପୁଣେ: ବୁଧବାର ଦିନ ଖରାଡ଼ିର ଜଣେ ତରୁଣୀଙ୍କୁ ତାଙ୍କର ୧୯ତମ ଜନ୍ମଦିନରେ ତାଙ୍କ ପ୍ରତ୍ୟାଖ୍ୟିତ ପ୍ରେମିକ ତଣ୍ଟିଚିପି ହତ୍ୟା କରିଛନ୍ତି। ତରୁଣୀ ସନ୍ଦିଗ୍ଧଙ୍କୁ ଭେଟିବାକୁ ଯାଇ ଘରକୁ ଫେରି ନାହାନ୍ତି ବୋଲି ପୀଡ଼ିତାଙ୍କ ଆତ୍ମୀୟମାନେ ପୁଲିସକୁ କହିବା ପରେ ଏ ଘଟନା ଜଣାପଡ଼ିଥିଲା।

ସେ ତରୁଣୀଙ୍କ ନାମ ଉମା ବାବନ କାପ୍‌ସେ ଏବଂ ଯୁବକଙ୍କ ନାମ ପରମେଶ୍ୱର ଗଙ୍ଗାଧର ବୋୟାଲେ। ଚନ୍ଦନନଗର ଅଞ୍ଚଳର ବୋୟାଲେଙ୍କୁ ମଧ୍ୟ ୧୯ ବର୍ଷ। ଗୁରୁବାର ଦିନ ତାଙ୍କୁ ଅକ୍ଟୋବର ୩ ତାରିଖ ଯାଏଁ ହାଜତକୁ ନିଆଯାଇଛି।

ପୁଲିସ କହିବା ଅନୁସାରେ, ବୁଧବାର ଦିନ ତରୁଣୀକୁ ୧୯ ବର୍ଷ ପଶିଲା। ତାଙ୍କର ପୂର୍ବ ପ୍ରେମିକ ପରମେଶ୍ୱର ଯାଇ ତାଙ୍କୁ କହିଲେ କି, ତାଙ୍କ ସହ ସେ ନିଭୃତରେ କେକ୍‌ଟିଏ କାଟିବାକୁ ଚାହୁଁଛି। ସେ ଉମାଙ୍କୁ ଲୋହେଗାଓଁ ନିକଟସ୍ଥ ଫରେଷ୍ଟ୍‍ ପାର୍କର ନିର୍ଦ୍ଧାରିତ ସ୍ଥାନକୁ ନେଇ ଓଢ଼ଣିରେ ତାଙ୍କ ଗଳାରୋଧ କରି ହତ୍ୟା କରିଥିଲେ।

ଘଣ୍ଟା ଘଣ୍ଟା ଧରି ସମ୍ପୃକ୍ତ ଅଞ୍ଚଳକୁ ଖୋଜିବା ପରେ ଗୋଟିଏ ଗଛ ତଳୁ ଉମାଙ୍କ ଶବ ମିଳିଥିଲା।

ଉମା ଓ ପରମେଶ୍ୱରଙ୍କର ଅଷ୍ଟମ ଶ୍ରେଣୀରୁ ଭାବ। ଏ ବର୍ଷ ଏପ୍ରିଲ୍‌ ମାସରେ ଉଭୟଙ୍କ ସମ୍ପର୍କ ତୁଟି ଯାଇଥିଲା। ତା’ପରେ ଉମାଙ୍କ ପିତାମାତା ତା’ ଲାଗି ବର ଖୋଜୁଥିଲେ। ଉମା କଥାବାର୍ତ୍ତା କରୁ ନ ଥିବାରୁ ଏବଂ ଆଉ କାହାକୁ ବାହା ହେବାକୁ ଚାହୁଁ ଥିବାରୁ ଅଭିଯୁକ୍ତ ରାଗି ଯାଇଥିଲା।

ଉଭୟ ସ୍କୁଲ୍‌ରୁ ପଢ଼ା ଛାଡ଼ି ଦେଇଥିଲେ। ଉମାଙ୍କ ବାପା ବେକାର ହୋଇଥିବାରୁ ମାଆ ଆଖପାଖ ଅଞ୍ଚଳର ଘରମାନଙ୍କରେ କାମଦାମ କରୁଥିଲା। ସେଥିରେ ଉମା ତାଙ୍କୁ ସାହାଯ୍ୟ କରୁଥିଲା। ପରମେଶ୍ୱରଙ୍କ ପିତାମାତା ଶ୍ରମିକ। ସେ ଗୋଟାଏ ଫୁଡ୍‌ ଏଗ୍ରିଗେଟ୍‌ କମ୍ପାନିରେ ଡେଲିଭରି ବୟ ଭାବେ ସାମୟିକ କାମ କରେ।

ସମ୍ବନ୍ଧିତ ଖବର