ଭାଉଜର କାନ କାଟିଲା ଦିଅର

ପୁରୁଣା ଭୁବନେଣ୍ଵର: ଘରୋଇ କଳହକୁ କେନ୍ଦ୍ରକରି ଭାଉଜର କାନ କାଟିଲା ଦିଅର। ଏପରି ଘଟଣା ଘଟିଛି ବଡ଼ଗଡ଼ ଥାନା ଅଧୀନ ବିଜେବି ନଗର ଅଦେଇ ଖାଲ ବସ୍ତିରେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲା ସେହି ବସ୍ତିର ସମୀର ପାଲ(୨୨)। ପୁଲିସ ସୂଚନା ଅନୁଯାୟୀ ସମୀରଙ୍କ ବଡ଼ ଭାଇ କାଳିଆ ପାଲ ଜଣେ ଗାଡି ଡ୍ରାଇଭର୍‌। ଗୁରୁବାର କାଳିଆଙ୍କ ପତ୍ନୀ ଦୁଲ୍ଲଭାଙ୍କ ସହ ଘରୋଇ କଥାକୁ ନେଇ ସମୀର ଝଗଡ଼ା କରିଥିଲା। ଏଥିରେ ସମୀର ଉତ୍ତ୍ୟକ୍ତ ହୋଇ ତାଙ୍କ ଭାଉଜଙ୍କ ବେକକୁ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲା। ତେବେ ଛୁରିଟି ଦୁଲ୍ଲଭାଙ୍କ ଡାହାଣ କାନରେ ବାଜିଥିଲା। ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ନେଇ ଦୁଲ୍ଲଭା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମୀରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର