ଶିକ୍ଷୟିତ୍ରୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ନାବାଳକ ଦୁଃଖ ବଖାଣି କହିଲା ଏଭଳି କଥା…

ନୂଆଦିଲ୍ଲୀ: ଜଣେ ମହିଳା ଶିକ୍ଷୟିତ୍ରୀ ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ ଲଗାଇ ଦେଇଛନ୍ତି। ଶିକ୍ଷୟିତ୍ରୀ ଜଣେ ନାବାଳକ ଛାତ୍ରଙ୍କୁ ଭଲ ନମ୍ବର ଦେବାକୁ କହି ଦୁଇଥର ଦୁଷ୍କର୍ମ କରିଥିବା ଭଳି ଲଜ୍ଜ୍ୟନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ମହିଳାଙ୍କୁ ପୁଲିସ ଗିରଫ କରି ନେଇଛି। କୁହାଯାଉଛି କି ଅଭିଯୁକ୍ତ ଶିକ୍ଷୟିତ୍ରୀ ତାଙ୍କ ସାଙ୍ଗଙ୍କ ଘରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବା ସହିତ ଦୁଷ୍କର୍ମ କରିଥିଲେ।

ଏଭଳି ଏକ ଲଜ୍ଜ୍ୟନୀୟ ଘଟଣା ଆମେରିକାର ମିସୋରୀ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏହି ଶିକ୍ଷୟିତ୍ରୀଙ୍କ ବିରୋଧରେ ତିନିଟି ମାମଲା ରୁଜୁ କରାଯାଇଛି। ସେ ୨୦୨୨ ମସିହାରେ ୧୬ବର୍ଷର ଜଣେ ନାବାଳକଙ୍କୁ ତାଙ୍କସାଙ୍ଗଙ୍କ ଘରକୁ ଡକାଇ ଜୋରଜବରଦସ୍ତି ଦୁଇଥର ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

ପୀଡ଼ିତ ବାଳକଙ୍କ କହିବାନୁସାରେ, ‘ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ମୋତେ କୌଣସି ପ୍ରଶ୍ନ ପଚାରନ୍ତି ନାହିଁ, କେବେ ଗାଳି ବି କରନ୍ତି ନାହିଁ। ପାଠ ନକରିଥିଲେ ବି କିଛି କୁହନ୍ତି ନାହିଁ। ପରୀକ୍ଷାରେ ପ୍ରଶ୍ନର ଉତ୍ତର ଠିକ ଭାବେ ଲେଖି ନଥିଲେ ବି ସେ ମୋତେ ଭଲ ନମ୍ବର ଦେଇଥାଆନ୍ତି। କିନ୍ତୁ ମୋତେ ଅଶ୍ଳୀଳ ଇଙ୍ଗିତ କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି। ତାଙ୍କ କଥାକୁ ବାରଣ କଲେ ଫେଲ କରି ଦେବେ ବୋଲି ଧମକ ଦେଇ ଥାଆନ୍ତି।’

ଶିକ୍ଷୟିତ୍ରୀଙ୍କ ଏଭଳି ନିର୍ଯାତନା ସହି ନପାରି ନାବାଳକ ଘରେ ଏସବୁ ବିଷୟରେ ଜଣାଇ ଦେଇଥିଲା। ଏହାପରେ ପୀଡିତ ନାବାଳକର ପରିବାରଲୋକ ଉକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ। ପୁଲିସ ତଦନ୍ତ କରିବା ପରେ ଶିକ୍ଷୟିତ୍ରୀଙ୍କୁ ଏହି ଘଟଣାରେ ଗିରଫ କରି ନେଇଥିଲା।  ଗିରଫ ପରେ ପୁଲିସ ନିକଟରେ ଶିକ୍ଷୟିତ୍ରୀ ନିଜ ଦୋଷ ବି ସ୍ବୀକାର କରିଥିଲେ।

 

 

ସମ୍ବନ୍ଧିତ ଖବର