ରଥ ଉପରେ ଝଗଡ଼ାକୁ କେନ୍ଦ୍ର କରି ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର: ରୁକୁଣା ରଥ ଉପରେ ମାଡ଼ ଗୋଳ ହେବା ଓ ଲଙ୍କା ଗୁଣ୍ଡ ପକାଇବା ଧମକ ଅଭିଯୋଗରେ ପୁଲିସ ଜଣେ ଯୁବ ସେବାୟତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ବ୍ରାହ୍ମଣ ସାହିର ଦୁର୍ଗା ପ୍ରସାଦ ମହାପାତ୍ର(୪୦)। ପୁଲିସ୍‌ ସୂଚନା ଅନୁଯାୟୀ ରଥ ଉପରେ ସେହି ସାହିର ଶିବ ମହାପାତ୍ର ଓ ଦୀପକ ମହାପାତ୍ରଙ୍କ ସହ ଦୁର୍ଗା ସହ ଝଗଡ଼ା ଲାଗିଥିଲା। ଦୁର୍ଗା ସେମାନଙ୍କୁ ମାଡ଼ ମାରିଥିଲା ବୋଲି ଦୀପକ ଓ ଶିବ ଅଭିଯୋଗ କରିଥିଲେ। ତେବେ ପୁଲିସ ଏହାର ଆପୋସ ସମାଧାନ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲା। ଶେଷରେ ଆଜି ଏକ ମାମଲା ରୁଜୁ କରାଯାଇ ଦୁର୍ଗାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର