ଦୁଷ୍କର୍ମର ଶିକାର ହେବାପରେ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାର ଏକ ଅନାଥାଶ୍ରାମରେ ଜଣେ ଯୁବତୀ ଗୁରୁବାର ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ସେ ଆଶ୍ରମ ଛାତରୁ ଯମୁନା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟଲୋକେ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ।

ପ୍ରକାଶିତ ଖବର ମୁତାବକ, ଗୁରୁବାର ରାତିରେ ଶ୍ରୀ ମଦ୍ଦୟାନନ୍ଦ ଅନାଥାଳୟ ନିକଟରେ ଜଣେ ନାବାଳକ ସମେତ ତିନିଜଣ ଯୁବକ ପୀଡିତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହାପରେ ପୀଡିତା ଆଶ୍ରମ ଛାତରୁ ଯମୁନା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟଲୋକେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲେଡି ଲୟାଲ ମହିଳା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଏହି ମାମଲାରେ ପୁଲିସ ତିନିଜଣ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ ଏହି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଛି। ଯାଞ୍ଚରୁ ଯେଉଁ ତଥ୍ୟ ଆସିବ ତାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର