ବିବାହ ପ୍ରଲୋଭନ ଦେଖାଇ ୩୨ବର୍ଷିୟ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲା ୨୦ବର୍ଷିୟ ପ୍ରେମିକ, ବିବାହ ଦିନ ପୀଡ଼ିତା ବିୟୁଟି ପାର୍ଲର ଯାଇଥିବା ବେଳେ ହୋଇଗଲା ଫେରାର

ଜଳନ୍ଧର : ଜଳନ୍ଧରରେ ଜଣେ ୩୨ବର୍ଷିୟ ଶିକ୍ଷୟିତ୍ରୀ ବିବାହ ପୂର୍ବରୁ ଭଲ ଦିଶିବା ପାଇଁ ପାର୍ଲର ଯାଇଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇଥିବା ଯୁବକ ଫେରାର ହୋଇଯାଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହେବା ପରେ ଏବେ ପୁଲିସ ଅଭିଯୁକ୍ତ ଜସ୍‌ବୀର ସିଂହଙ୍କୁ ଖୋଜିବା ଆରମ୍ଭ କରିଛି । ପୀଡ଼ିତା ଜସ୍‌ବୀରଙ୍କୁ ଫେରାର କରାଇବା ପଛରେ ତାଙ୍କ ବାପାଙ୍କ ହାତ ଥିବା କହି ତାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ।

Focus on the Family

ସୂଚନା ମୁତାବକ,ଯେତେବେଳେ ପୀଡ଼ିତାଙ୍କୁ ୩୦ବର୍ଷ ବୟସ ହୋଇଥିଲା ସେତେବେଳେ ସେ ୧୮ବର୍ଷିୟ ଜସ୍‌ବୀରଙ୍କ ସଂପର୍କରେ ଆସିଥିଲେ । କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହେବା ସହ ପ୍ରେମ ସଂପର୍କ ମଧ୍ୟ ଆରମ୍ଭ ହୋଇଥିଲା । ଆମେ ଖୁବ୍‌ ଶୀଘ୍ର ବିବାହ କରିବା ବୋଲି କହି ଜସ୍‌ବୀର ପୀଡ଼ିତାଙ୍କ ସହ ଅନେକ ଥର ଶାରୀରିକ ସଂପର୍କ ରଖିଥିଲେ । ଜସ୍‌ବୀର ଦୁବାଇ ଚାଲିଯିବା ପରେ ତାଙ୍କ ବାପା ପୀଡ଼ିତାଙ୍କୁ ଜସ୍‌ବୀରଙ୍କଠାରୁ ଦୂରରେ ରହିବା ପାଇଁ ଧମକ ଦେଇଥିଲେ । ପୀଡ଼ିତା ଅନେକ କଷ୍ଟ କରିବା ପରେ ଜସ୍‌ବୀରଙ୍କୁ ଦୁବାଇରୁ ଡ଼କାଇ କୋର୍ଟ ମ୍ୟାରେଜ୍‌ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଜସ୍‌ବୀର ରାଜି ହେବା ପରେ ପୀଡ଼ିତା ବିବାହର ଦିନ ଠିକ୍‌ କରି ସଜ ହେବା ପାଇଁ ପାର୍ଲର ଚାଲି ଯାଇଥିଲେ । ମୁଁ ବାହାରେ ଅପେକ୍ଷା କରିଛି ବୋଲି କହି ପୀଡ଼ିତାଙ୍କୁ ସଜ ହେବା ପାଇଁ ଭିତରକୁ ପଠାଇଥିଲେ ଜସ୍‌ବୀର । କିନ୍ତୁ ସଜ ହୋଇ ବାହାରକୁ ଆସିବା ପରେ ଜସ୍‌ବୀର ସେଠାରୁ ଫେରାର ହୋଇ ଯାଇଥିଲେ । ଫୋନ କରିବା ପରେ ତାଙ୍କ ଫୋନ ମଧ୍ୟ ବନ୍ଦ ଆସିଥିଲା ।

ସମ୍ବନ୍ଧିତ ଖବର