ପୁଣି ଚର୍ଚ୍ଚାରେ ତେଲୁଗୁ ଅଭିନେତ୍ରୀ ଶ୍ରୀ ରେଡ଼୍ଡୀ : ଫେସ୍‌ବୁକ୍‌ରେ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କୁ ନେଇ ଲେଖିଲେ ଏଭଳି ପୋଷ୍ଟ

ନୂଆଦିଲ୍ଲୀ : ନିକଟ ଅତୀତରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଅନେକ ଅଭିନେତାଙ୍କ ବିରୋଧରେ କାଷ୍ଟିଙ୍ଗ କାଉଚ୍‌ର ଅଭିଯୋଗ ଆଣିଥିବା ଶ୍ରୀ ରେଡ଼୍ଡୀଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ରେଡ଼୍ଡୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଭାରତୀୟ କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚ୍ଚିନ୍‌ ତେନ୍ଦୁଲକରଙ୍କୁ ନେଇ ଏକ ବିବାଦୀୟ ପୋଷ୍ଟ କରିଥିବା ଦେଖା ଯାଇଛି । ଏହି ପୋଷ୍ଟକୁ ନେଇ ସଚ୍ଚିନ କୌଣସି ପ୍ରତିକ୍ରିୟା ରଖି ନ ଥିବା ବେଳେ ସଚ୍ଚିନ୍‌ଙ୍କ ପ୍ରଶଂସକ ଏ ନେଇ ରେଡ଼୍ଡୀଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି ।

ସୂଚନା ମୁତାବକ, ରେଡ଼୍ଡୀ ନିଜ ଫେସ୍‌ବୁକ୍‌ ପ୍ରୋଫାଇଲ୍‌କୁ ଯାଇ ସଚ୍ଚିନ୍‌ ତେନ୍ଦୁଲକର ନାମକ ଜଣେ ରୋମାଣ୍ଟିକ୍‌ ଯୁବକ ହାଇଦ୍ରାବାଦ୍‌ ଆସିଥିବା ବେଳେ ଏକ ସୁନ୍ଦର ଝିଅ ତାଙ୍କ ସହ ରୋମାନ୍ସ କରିଥିଲେ । ମହାନ ବ୍ୟକ୍ତିତ୍ୱ ବହୁତ ଭଲ ଖେଳନ୍ତି । ମୋ କହିବାରେ ମାନେ ବହୁତ ଭଲ ରୋମାନ୍ସ କରନ୍ତି ବୋଲି ଲେଖି ପୋଷ୍ଟ କରିଥିଲେ । ଏହି ପୋଷ୍ଟ କରିବା ପରେ ପରେ ସଚ୍ଚିନଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଜଣେ ପ୍ରଶଂସକ ଆମେ ସଚ୍ଚିନ୍‌ ତେନ୍ଦୁଲକରଙ୍କୁ ସମ୍ମାନ ଦେଉଛୁ ଏବଂ ଦେଉଥିବୁ ମଧ୍ୟ । ତୁମେ ତୁମର ଏତେ ନୀଚ ପବ୍ଲିସିଟି ତୁମ ପାଖରେ ରଖ ବୋଲି ଲେଖିଥିବା ବେଳେ ସଚ୍ଚିନ୍‌ ତେନ୍ଦୁଲକର ଜଣେ ଭଗବାନ ଏବଂ ତାଙ୍କ ଚରିତ୍ର କେମିତି ଆମକୁ ଜଣା । ତୁମେ ତୁମ ମତ ତୁମ ପାଖରେ ରଖି ପବ୍ଲିସିଟି କରିବା ବନ୍ଦ କର ବୋଲି ଲେଖିଥିଲେ । ତେବେ ଏ ନେଇ ସଚ୍ଚିନ କୌଣସି ମତ ରଖି ନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର