ଝିଅର ଆଧାର କାର୍ଡ କରିବା ପାଇଁ ବାପାର ନାଁ ମାଗିବାରୁ ପ୍ରେମିକା ଏବଂ ଦୁଇ ଝିଅକୁ ହତ୍ୟା କଲା ପ୍ରେମିକ,ଶରୀରରୁ ଅଲଗା କଲା ମୁଣ୍ଡ

ଭିଓ୍ଵାନି (ହରିୟାଣା) : ହରିୟାଣାରେ ମାସେ ପୂର୍ବରୁ ହୋଇଥିବା ଟ୍ରିପଲ ମର୍ଡରର ରାଜ୍‌ ଉପରୁ ପରଦା ଉଠିଛି । ଏକ ଡ୍ରମ୍‌ରେ ଜଣେ ମହିଳା ଏବଂ ତାଙ୍କ ଦୁଇ ଝିଅଙ୍କ ଶରୀରର ଗଣ୍ଡି ମିଳିଥିବା ବେଳେ ପୁଲିସ ଶବ ବ୍ୟବଚ୍ଛଦ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ମାସେ ପରେ ଏହି ହତ୍ୟା ପଛରେ ମହିଳାଙ୍କ ପ୍ରେମିକର ହାତ ଥିବା ଜାଣିବାକୁ ପାଇଛି ପୁଲିସ । ଏହି ହତ୍ୟାରେ ପ୍ରେମିକକୁ ସାହାଯ୍ୟ କରିଥିବା ତା’ର ଦୁଇ ସାଙ୍ଗଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅପରାଧିକୁ ଖୋଜୁଛି ପୁଲିସ । ଦୁହିଁଙ୍କୁ ପୁଲିସ ଗିରଫ କରିବା ପରେ ହତ୍ୟା ପଛର ପ୍ରକୃତ କାରଣ ସାମ୍ନାକୁ ଆସି ପାରିଛି ।

Dainik Bhaskar

ପୁଲିସ ଦେଇଥିବା ସୂଚନା ମୁତାବକ, ଆସାମରେ ରହୁଥିବା ମହିଳା ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇ କିଛି ବର୍ଷ ତଳେ ନିଜ ଝିଅକୁ ନେଇ ଭିଓ୍ଵାନୀ ଆସିଥିଲେ । ଏଠାରେ ରାଜେଶ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଦେଖା ହୋଇଥିଲା । ଦୁହେଁ ପରସ୍ପରକୁ ଭଲ ପାଇ ବସିବା ସହ ବିବାହ ନ କରି ଏକାଠି ରହିବାକୁ ଲାଗିଥିଲେ । ଯାହା ପରେ ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା । ସାଥିରେ ରହୁଥିଲେ ମଧ୍ୟ ଘର ଲୋକଙ୍କୁ ଏ ବିଷୟରେ ଜଣାଇବାକୁ ଚାହୁଁ ନଥିଲେ ରାଜେଶ । କିନ୍ତୁ ଖବରଟି ରାଜେଶଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା । ସମସ୍ତେ ସବୁ ଜାଣିବା ପରେ ଆଧାର କାର୍ଡ ତିଆରି କରିବା ପାଇଁ ମହିଳା ରାଜେଶଙ୍କ ନାଁ ବାପାର ନାମ ଲେଖିବା ଲାଗି ଉଦ୍ଦିଷ୍ଟ ସ୍ଥାନରେ ଲେଖିବା ପାଇଁ କହିଥିଲେ । କିନ୍ତୁ ରାଜି ହୋଇ ନ ଥିଲେ ରାଜେଶ । ଏହା ପରେ ମହିଳା ଦୁଇ ଝିଅଙ୍କୁ ପାଳିବା ପାଇଁ ଟଙ୍କା ମାଗିବାରୁ ରାଜେଶ ରାଗି ଯିବା ସହ ପିଛା ଛଡ଼ାଇବା ପାଇଁ ୩ଜଣଙ୍କୁ ରାସ୍ତାରୁ ହଟାଇବାର ଯୋଜନା କରିଥିଲେ । ଡିସେମ୍ବର ୨୭ରେ ନିଜର ଦୁଇ ବନ୍ଧୁଙ୍କ ସହ ମିଶି ରାଜେଶ ୩ ଜଣଙ୍କୁ ହତ୍ୟା କରିବା ସହ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ । ୩ଟି କଟା ମୁଣ୍ଡକୁ ଘରେ ପୋତି ଦେବା ସହ ଗଣ୍ଡିକୁ ଡ୍ରମ୍‌ରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ ।

ସମ୍ବନ୍ଧିତ ଖବର