ଭିଡିଓ ଜାରି କରି କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କଲେ ହାଥରସ୍‌ ପୀଡ଼ିତା

ହାଥରସ୍‌: ଉତ୍ତରପ୍ର‌ଦେଶର ହାଥରସ୍‌ରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ହାଥର୍‌ସରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଥିବା କାରଣରୁ ପୀଡ଼ିତାଙ୍କ ବାପାଙ୍କୁ ଅସଦାଚାରୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ନ୍ୟାୟ ପାଇଁ ଭିକ୍ଷା ମାଗୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅସଦାଚାରୀମାନେ ପୀଡ଼ିତାଙ୍କ ବାପାଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ୨୦୧୮ ମସିହାରେ ତାଙ୍କ ବାପା ଗୌରବ ଶର୍ମା ନାମକ ଜଣେ ଯୁବକଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏହି କାରଣରୁ ସୋମବାର ସଂଧ୍ୟାରେ ଗୌରବ ଶର୍ମା ଏବଂ ତାଙ୍କର ୬ ଜଣ ସହଯୋଗୀ ଆସି ପୀଡ଼ିତାଙ୍କ ବାପାଙ୍କୁ ଧମକ ଚମକ କରିଥିଲେ। କଥା ବଢ଼ିବାରୁ ସେମାନେ ଗୁଳି କରି ତାଙ୍କ ବାପାଙ୍କ ହତ୍ୟା କରିଛନ୍ତି ବୋଲି ପୀଡ଼ିତା ଜଣକ ଅଭିଯୋଗ ଆଣିଛନ୍ତି। ସେମାନେ ତାଙ୍କ ବାପାଙ୍କୁ ମନ୍ଦିର ପରିସରରେ ଛାତିି ଓ ପଛ ପଟୁ ଗୁଳି କରିଛନ୍ତି ବୋଲି ନିସହାୟ ପୀଡ଼ିିତା ଜଣକ କାନ୍ଦି କାନ୍ଦି ଭିଡିଓରେ କହୁଥିବାର ଦେଖିବାକୁ ମିଳିଛି।

ପୀଡ଼ିତା ଜଣକ କାନ୍ଦି କାନ୍ଦି ନ୍ୟାୟ ପାଇଁ ଭିକ୍ଷା ମାଗିବା ସହ କେଉଁ ପରିସ୍ଥିତିରେ ତାଙ୍କ ବାପାଙ୍କ ଉପରେ ଗୁଳି ଚଳାଇବାକୁ ପଡ଼ିଲା ବୋଲି ପଚାରିଛନ୍ତି। ସେ ଆହୁରି ବି କହିଛନ୍ତି କି ପ୍ରଥମେ ସହ ଅସଦାଚରଣ, ଆଉ ତାହାକୁ ପ୍ରତିବାଦ କରି ମୋ ବାପା ଯଦି ଅଭିଯୋଗ ଆଣିଲେ ତ ତାଙ୍କୁ ହତ୍ୟା କରାଗଲା। ମୋତେ ନ୍ୟାୟ ମିଳୁ, ମୁଁ ହାତ ଯୋଡ଼ି ନ୍ୟାୟ ଭିକ୍ଷା ମାଗୁଛି।’ ଏହି ମାମଲାର ତଦନ୍ତ କରି ୟୁପି ପୁଲିସ୍‌ ଏବେ ସୁଦ୍ଧା ଜଣଙ୍କୁ ଗିରଫ କରିଛି।

 

 

ସମ୍ବନ୍ଧିତ ଖବର